ଚାଷୀଙ୍କୁ ଡ୍ରୋନ୍ ଟେକ୍ନୋଲୋଜି କୌଶଳ ପ୍ରଦାନ
ବରଗଡ଼ / ଭୁବନେଶ୍ୱର : ମାରୁତ ଡ୍ରୋନସ୍ ଭାରତର ଅଗ୍ରଣୀ ଡ୍ରୋନସ୍ ଟେକ୍ନୋଲୋଜି ଏବଂ ଉତ୍ପାଦନ କମ୍ପାନୀ ପକ୍ଷରୁ ଓଡିଶାର ଧାନ ଚାଷୀମାନଙ୍କୁ ଡ୍ରୋନସ ଟେକ୍ନୋଲୋଜିକୁ ବ୍ୟବହାର କରି କିପରି ଧାନ ଉତ୍ପାଦିକା ଶକ୍ତି ବଢ଼େଇ ପାରିବେ ତାହାର ଶିକ୍ଷା ପ୍ରଦାନ କରୁଛନ୍ତି । ମାରୁତ ଗତ ୧୩ ଦିନ ମଧ୍ୟରେ ୪୫ ଟି ଗ୍ରାମକୁ ଗସ୍ତ କରି ୨୫୦୦ ରୁ ଅଧିକ ଧାନ ଚାଷୀଙ୍କ ପାଇଁ ଅନ୍-ସାଇଟ୍ ଡ୍ରୋନ୍ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ସବୁଠାରୁ ଅଧିକ କୃଷି ଉତ୍ପାଦନକାରୀ ଜିଲ୍ଲା ମଧ୍ୟରୁ ବରଗଡ଼ ହେଉଛି ଅନ୍ୟତମ । ଏହାର ୮୦% ରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ । କିଛି ଉନ୍ନତ ଚାଷୀ ଡ୍ରୋନ୍ ବିଷୟରେ ସଚେତନ ଥିଲେ ମଧ୍ୟ, ଅଧିକାଂଶ କ୍ଷୁଦ୍ର ଚାଷୀ ଏହାର କ୍ଷମତା ବିଷୟରେ ଅଜ୍ଞ ଅଛନ୍ତି । ସାର, କୀଟନାଶକ ସିଂଚନ ଏବଂ ଫସଲ ସ୍ୱାସ୍ଥ୍ୟ ନିରୀକ୍ଷଣ ପାଇଁ ଡ୍ରୋନ୍ ବ୍ୟବହାର, ମଜୁରୀ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବା ଏବଂ ଉତ୍ପାଦକତାକୁ ଉନ୍ନତ କରିବାର ସମ୍ଭାବନା ରଖିଛି । ନିଜ ହାତରେ କରି ଶିଖେଇବା ଡ୍ରୋନ୍ ଆଡଭୋକେଟଙ୍କ ସହ ମେହେର ବାବୁ, ବରଗଡ଼ ଜିଲ୍ଲାର ଡାଙ୍ଗ ଗାଁର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୃଷି କାର୍ଯ୍ୟ ପାଇଁ ଡ୍ରୋନ୍ ପ୍ରଯୁକ୍ତିର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଡ୍ରୋନ୍ ପ୍ରଦର୍ଶନର ନେତୃତ୍ୱ ନେଇ ଗ୍ରାମାଂଚଳ ଓଡ଼ିଶାରେ ଚହଳ ସୃଷ୍ଟି କରୁଛନ୍ତି । ଗତ କିଛି ମାସ ଧରି, ମେହେର ବାବୁ କିଷାନ ମେଳା ଏବଂ କୃଷି ସମାବେଶରେ ସାମିଲ ହୋଇଛନ୍ତି । ତାଙ୍କ ସହିତ ଚାରୋଟି କିଷାନ୍ ଡ୍ରୋନ୍ ଆଣିଛନ୍ତି । ଯାହା ଦ୍ୱାରା ଚାଷୀମାନଙ୍କ କୃଷି ଉତ୍ପାଦନ ବୃଦ୍ଧି କରିବା ସହିତ ଡ୍ରୋନ୍ କିପରି ମଜୁରୀ ଏବଂ ସିଂଚନ ଖର୍ଚ୍ଚ ହ୍ରାସ କରିପାରିବ ସେ ବିଷୟରେ ଶିକ୍ଷା ଦେଉଛନ୍ତି । ମାରୁତ ଡ୍ରୋନ୍ସର ସିଇଓ ଏବଂ ସହ-ପ୍ରତିଷ୍ଠାତା ପ୍ରେମ କୁମାର ବିଶାଳୱାଥ କହିଛନ୍ତ, ଆଗାମୀ ବର୍ଷଗୁଡ଼ିକରେ ଭାରତରେ ଚାଷ ପାଇଁ ଡ୍ରୋନ ଟ୍ରାକ୍ଟର ପରି ଅତ୍ୟାବଶ୍ୟକ ହୋଇଯିବ । ଚାଷୀମାନେ ଡ୍ରୋନ ସେବା କେମିତି ସହଜରେ ପାଇବେ, ଯାହା ସେମାନଙ୍କୁ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବା ଏବଂ କୃଷି ପଦ୍ଧତିରେ ବିପ୍ଳବ ଆଣିବା ପାଇଁ ସଶକ୍ତ କରିବ ।