ଦୁଇ ଥର ଗର୍ଜିଲା ସାଇରନ୍


ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ନୂଆ ବକ୍ସିପଲ୍ଲୀ, ଆଇଆର୍ଇ ମାଟିଖାଲ, ଆର୍ଯ୍ୟପଲ୍ଲୀର ଗୋପାଳପୁର ପୋର୍ଟ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳରେ ଅପରାହ୍ନ ୪ଟା ସମୟରେ  ସାଇରନ୍ ବାଜିଥିଲା । ଆକାଶ ମାର୍ଗରୁ ଯଦି ଶତୃପକ୍ଷ ଆକ୍ରମଣ କଲେ ନିଜକୁ କିପରି ସୁରକ୍ଷା କରିବ ତାହା ଲୋକଙ୍କୁ ବୁଝାଯାଇଥିଲା । ୩ ମିନିଟ୍ ପର୍ଯ୍ୟନ୍ତ ସାଇରନ୍ ବାଜିଥିବା ବେଳେ ଲୋକେ ନିକଟସ୍ଥ କଂକ୍ରିଟ୍ ଛାତ ଥିବା କୋଠା ଘରକୁ ଧାଇଁଥିଲେ । ତତ୍ ସହିତ ଖୋଲା ରହିଥିବା ଦୋକାନ ଗୁଡିକରେ ନିକଟସ୍ଥ ଲୋକମାନେ ଦୋକାନ ଘର ମଧ୍ୟକୁ ପ୍ରବେଶ କରି କବାଟ ବନ୍ଦ କରିଦେଇଥିଲେ । ଅପରାହ୍ନ ୪ଘଟିକା ୨୦ମିନିଟ୍ ସମୟରେ ପୁନର୍ବାର ତିନି ମିନିଟ୍ ପର୍ଯ୍ୟନ୍ତ ଶେଷ ସାଇରନ୍ ବାଜିଥିଲା । ଏହାପରେ ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ସ୍ବେଚ୍ଛାସେବୀ କର୍ମୀଗଣ କ୍ଷୟକ୍ଷତି ଦେଖି  ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ।