ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ
ବୁଗୁଡ଼ା : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋଲିଆ କ୍ଲଷ୍ଟର ଅନ୍ତର୍ଗତ ମରାଇପଲ୍ଲୀ ଗ୍ରାମସ୍ଥ ସରକାରୀ ପ୍ରାଥମିକ ସ୍କୁଲ ପକ୍ଷରୁ ବାର୍ଷିକୋତ୍ସବ ସାଙ୍ଗକୁ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଇଓ ଚିନ୍ମୟ ମହାପାତ୍ର, ମୁଖ୍ୟବକ୍ତା ସିଆରସିସି ସୁନିତା ପାଣିଗ୍ରାହୀ, ସମ୍ମାନିତଅତିଥି ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ଗନ୍ତାୟତ, ଭାମଶ୍ୟାଳି ସ୍କୁଲ ପ୍ରଧାନଶିକ୍ଷକ ଜି.ନାଗେଶ୍ୱର ରାଓ, କୁଶପଲ୍ଲୀ ସ୍କୁଲ ପ୍ରଧାନଶିକ୍ଷକ ସୁଧିର ପାତ୍ର, ବାଦୁଆ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଦିପିକା ସେଠୀ, ଗୋଲିଆ ନୂଆସାହି ସ୍କୁଲ ଶିକ୍ଷୟିତ୍ରୀ ପ୍ରତିମା ସେଠୀ, ଚଢିଆପଲ୍ଲୀ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ବେହେରା, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।