ଆଜାଦି ଠେଙ୍ଗାବାହିନୀର ବୈଠକ ଅନୁଷ୍ଠିତ

ାା ପ୍ରଭାନୁ୍ୟଜ ।ା ବନ୍ତ : ବନ୍ତ ବ୍ଲକ ଅନ୍ତର୍ଗତ ଆମ୍ବଗଢ଼ିଆ ଠାରେ ଆଜାଦି ଠେଙ୍ଗାବାହିନୀର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ସୁରକ୍ଷା ସମିତି ଆଜାଦି ଠେଙ୍ଗା ବାହିନୀ ବାତ୍ୟା, ବନ୍ୟା, କୋଭିଡ, ରାତ୍ରି ଜଗୁଆଳୀ ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ଗଣ ପର୍ବରେ ସାମିଲ ହୋଇ ବିଭିନ୍ନ ଥାନା ଅଧୀନରେ କାର୍ଯ୍ୟ ତୁଲାଇଥାନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ଏମାନଙ୍କୁ କୌଣସି ପ୍ରାପ୍ୟ ମିଳୁ ନଥିବା ବେଳେ ସେମାନେ ସେମାନଙ୍କର କାର୍ଯ୍ୟ କରିବାରେ କେତେ ବେଳେ ଅବହେଳା କରିନଥାନ୍ତି । ଦିନ ରାତିକୁ ଏକକରି କାର୍ଯ୍ୟ କରୁଥିବା ବେଳେ ତାଙ୍କ ପରିବାର ଏବେ ଓଳିଏ ଖାଇ ଚଳିବା କଷ୍ଟକର ହୋଇପଡ଼ିଛି । ଏହି ବୈଠକରେ ଶତ୍ରୁ ଘନ ଜେନା, ବନମାଳୀ ବାରିକ୍, ରଜତ ଜେନା, ମାଧବ ଦାସ, ଟୁଟୁ କୁମାର ଜେନା, ଗୌରାଙ୍ଗ ଜେନା, ମୁନା ମୁଖି, କିଶୋର ଜେନା ପ୍ରମୁଖ ଉପସ୍ଥିତ ହୋମଗାର୍ଡ ଭଳି ରହି ସ୍ଥାୟୀ ନିଯୁକ୍ତି, ସଠିକ୍ ଦରମା କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି । ସରକାର ଏଥିପ୍ରତି କର୍ଣ୍ଣପାତ ନକଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ନେଇ କହିଛନ୍ତି  ।