ଆମ୍ବ ଗଛକୁ ବିବାହ କଲେ ଦମ୍ପତି

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ କାସିପଲା ଗ୍ରାମର ଜଗଦୀଶ ବାରିକ(ଜେଡି) ଓ ତାଙ୍କ ସହ ଧର୍ମିଣୀ ସଂଯୁକ୍ତା ବାରିକ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆମ୍ବ ଗଛ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ନିଜେ ରୋପଣ କରିଥିବା ଆମ୍ବ ଗଛ ସହ କେଉଁ ଆବହମାନ କାଳରୁ ବିବାହ ପରମ୍ପରା ରହି ଆସିଛି । ସେଥିପାଇଁ ଗଛରେ ଆମ୍ବ ଫଳିଲେ ବିବାହ କରିଥାନ୍ତି । ଶ୍ରୀ ବାରିକଙ୍କ ଦରଲୀପଡ଼ା ଗ୍ରାମ ସ୍ଥିତ ନିଜ ଜମିରେ ୫୦ ଗୋଟି କଲମୀ ଆମ୍ବ ରୋପଣ କରିଛନ୍ତି । ଚଳିତ ବର୍ଷ ପ୍ରତ୍ୟେକ ଗଛରେ ଅନେକ ସଂଖ୍ୟାରେ ଫଳ ଫଳିଛି । ସେଥିପାଇଁ ଅକ୍ଷୟ ତୃତୀୟା ଅବସରରେ ଆମ୍ବ ଗଛ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସ୍ୱାମୀ ସ୍ତ୍ରୀ ଦୁଇଜଣ । ବାଜା ସହ ହିନ୍ଦୁ ରିତିନିତି ଅନୁସାରେ ଧୁମ ଧାମରେ ବିବାହ ଅନୁଷ୍ଠିତ ହୋଇଥିଲା । ପୂଜକ ଭାବେ ହେରାମ୍ବ ତିୱାରୀ ବିବାହ ସମ୍ପାଦନ କରିଥିଲେ । ସହ ସହ ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାଶୀପଳା ଗ୍ରାମର ଯୁବ ମହିଳା ଓ ଯୁବକ ମାନେ ସହଯୋଗ କରିଥିଲେ ।