‘ଜ୍ଞାନ ପୋଷ୍ଟ୍’ ଉଦ୍ଘାଟିତ 

 ଆସିକା:  ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଡାକ ବିଭାଗ  ଦ୍ୱାରା ଏକ ନୂତନ ଡାକ ସେବା "ଜ୍ଞାନ ପୋଷ୍ଟ୍’  ଆଜି ଆରମ୍ଭ କରାଯାଇଛି । ଏହି ସେବା ଦ୍ୱାରା ଶିକ୍ଷାଗତ ପାଠ୍ୟପୁସ୍ତକ ଓ ପ୍ରିଣ୍ଟ ଶିକ୍ଷା ସାମଗ୍ରୀ ସସ୍ତା ମୂଲ୍ୟରେ ପଠାଯାଇପାରିବ । "ଜ୍ଞାନ ପୋଷ୍ଟ୍’ ର ମୁଖ୍ୟ ବିଶେଷତା ହେଉଛି  ଏହା ଦ୍ୱାରା ଯୋଗ୍ୟ ସାମଗ୍ରୀ, ମାନ୍ୟତାପ୍ରାପ୍ତ ବୋର୍ଡ, ବିଶ୍ୱବିଦ୍ୟାଳୟ, ସଂସ୍ଥାଗତ ଓ ସ୍ୱୟଂଶାସିତ ସରକାରୀ ସଂସ୍ଥା ଦ୍ୱାରା ପ୍ରସ୍ତାବିତ ପୁସ୍ତକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସାହିତ୍ୟ, ପ୍ରତିଯୋଗିତା ପରୀକ୍ଷା ପାଇଁ ପଢ଼ା ସାମଗ୍ରୀ ଶସ୍ତା ମୂଲ୍ୟରେ ଡାÿକଯୋଗେ ପଠାଯାଇପାରିବ । ଜ୍ଞାନ ପୋଷ୍ଟ୍ ଏକ ସବୁଠୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଶିକ୍ଷାକୁ ସମ୍ପ୍ରେଷଣ କରିବାରେ ସାହାଯ୍ୟ କରିବ ଓ ଭାରତର ଶିକ୍ଷା ଢାଞ୍ଚାକୁ ଶକ୍ତିଶାଳୀ କରିବ । ଆଜି ଆସ୍କା  ଡାÿକମଣ୍ଡଳ ତରଫରୁ ଆସ୍କା ପ୍ରଧାନ ଡାକଘରେ ‘ଜ୍ଞାନ ପୋଷ୍ଟ' ର ଶୁଭାରମ୍ଭ ହେବା ସହିତ ଆସ୍କା ପ୍ରଧାନ ଡାକଘରେ ପ୍ରଥମ ‘ଜ୍ଞାନ ପୋଷ୍ଟର ବୁକିଙ୍ଗ କରାଯାଇଅଛି । ଏହି ଉସôବରେ ଆସ୍କା ପ୍ରଧାନ ଡାକଘରର  ଡାକପାଳ  ମହାନକାଳ ନାୟକ, ଡାକ ଜୀବନବୀମା ବିକାଶ ଅଧିକାରୀ ଦୀପକ ରଞ୍ଜନ ପାଣିଗ୍ରାହି, ବ୍ୟବସାୟୀ ନିର୍ବାହକ  ଭୋଳାନାଥ ପଟନାୟକ, ଟି .ଓ ରୋଡ ଉପ ଡାକଘରର ଉପ ଡାକପାଳ ରବି ନାରାୟଣ ଚୌଧୁରୀ ସମେତ ଜନସାଧାରଣ ଓ ଆସ୍କା ଡାÿକଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ପ୍ରଧାନ ଡାକଘରର ସମସ୍ତ ଡାକ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସେବା ବିଷୟରେ ସବିଶେଷ ବିବରଣୀ ପାଇଁ ଆସ୍କା ଡାÿକମଣ୍ଡଳ ତରଫରୁ ଡାକ ବିଭାଗର ୱେବ ସାଇଟକୁ ପରିଦର୍ଶନ କରିବା ପାଇଁ ଅନୁରୋଧ କରାଯାଉଛି ।