ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

 ସାଲେପୁର :  ବିଶ୍ୱର ବଡ଼ ସମ୍ବିଧାନର ପ୍ରଣେତା ତଥା ଭାରତ ବର୍ଷର ସମ୍ବିଧାନର ଜନକ ଭାରତରତ୍ନ ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ସାଲେପୁର ଖଣ୍ଡର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦ୍ୱାରା ମା’ସାହେଶ୍ୱରୀ ପୀଠରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଟକ ବିଭାଗ ସଂଘ ଚାଳକ ପଣ୍ଡିତ ଡଃ ଗୌତମ ମହାରଣା, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ ବିବେକାନନ୍ଦ ସିଂହ ଯୋଗ ଦେଇଥିବାବେଳେ ସାଲେପୁର ଖଣ୍ଡ ସଂଘ ଚାଳକ ଡଃ ଚିତ୍ତରଂଜନ ପଣ୍ଡା ସଭାପତିତ୍ୱ କରିଥିଲେ । ମା’ ଭାରତୀ ଡଃ ହେଡଗୋୟାର, ଶ୍ରୀଗୁରୁଜୀ ଓ ଡଃ ଆମ୍ବେଦକରଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା ଉଦ୍ଘାଟନ କରାଯାଇଥିଲା । ମୁଖ୍ୟବକ୍ତା ଅଧ୍ୟାପକ ଡଃ ସିଂହ ଆମ୍ବେଦକରଙ୍କ ତ୍ୟାଗପୁତ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଏଥିରେ କଟକ ଜିଲ୍ଲା କାର୍ଯ୍ୟବାହ ଲଳିତ ମୋହନ ପ୍ରଧାନ, ଜିଲ୍ଲା ଧର୍ମଜାଗରଣ ପ୍ରମୁଖ ଦେବେନ୍ଦ୍ର ନାୟକ, ଖଣ୍ଡ କାର୍ଯ୍ୟବାହ ଜଗନ୍ନାଥ ପ୍ରଧାନ, ସଦ୍ଭାବନା ପ୍ରମୁଖ ଅରୁଣ କୁମାର ଭୂୟାଁ, ରଶ୍ମିରଂଜନ ପରିଜାଙ୍କ ସମେତ ୫୦ରୁ ଉଦ୍ଧ୍ୱର୍ ସ୍ୱୟଂ ସେବକ ଉପସ୍ଥିତ ଥିଲେ ।