ଅଭିପ୍ସାର ବାର୍ଷିକୋତ୍ସବ 

 କଟକ : ସାଂସ୍କୃତିକ ଅନୁଷ୍ଠାନ ଅଭିପ୍ସାର ୨୮ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧି ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନାଗରିକ ମହାସଭାର ସଭାପତି ଡା. ରବି ରଂଜନ ସାହୁ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ଅଭିପ୍ସାର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଆଇନଜୀବୀ ବିଶ୍ୱଜିତ ମହାପାତ୍ର ମୁଖ୍ୟଅତିଥି, ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ଓ ମନୋଜ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଶ୍ରୀ ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ସହ ସଂପାଦିକା ସୁଲତା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାଇ ଅଂଶ ଭାରତୀ, ଶକ୍ତି ସଂପୂର୍ଣ୍ଣା, ଶୁଭ୍ରଜିତ ନାୟକ, ନିବୃତି ମହାପାତ୍ର, ଶିବାଂଶ ସାହୁ, ଆରବ ମହାନ୍ତି, ସୋମେଶ ମହାନ୍ତି, ଅନୁସକା ଦାସ, ଦେବାଧି ପତହ ନାୟକ, ଯଶଶ୍ୱନୀ ସାହୁ, ସୌମ୍ୟାଶ୍ରୀ ଜେନା, ଅର୍ଥବିତ୍ତ ମହାନ୍ତି ଓ ଆର୍ୟନ ଦୀପ ରଥ ପ୍ରମୁଖଙ୍କୁ ଅଭିପ୍ସା ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା ।