ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ମୌନ ସାଧନା ଶିବିର

 ପାରାଦୀପ :  ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମ୍ରେ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ୪ ଦିନିଆ ମୌନ ସାଧନା ଶିବିର ଆୟୋଜିତ ହୋଇଛି । ରବି ଶଙ୍କରଙ୍କ ବାଙ୍ଗାଲୋର କେନ୍ଦ୍ରରୁ ଆସିଥିବା ପ୍ରଶିକ୍ଷକ ରାଜୀବ ନାମ୍ବିଆର ଶିବିରକୁ ପରିଚାଳନା କରିଥିଲେ । ଶିବିରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସାଧକମାନେ ଯୋଗ ଦେଇଥିଲେ । ଶିବିର ସକାଳ ୬.୩୦ ରୁ ଆରମ୍ଭ ହୋଇ ରାତ୍ର ୮ ଟା ପର୍ଯ୍ୟନ୍ତ ଚାଲୁଥିଲା । ଏହି ସାଧନା ଶିବିରରେ ପାରାଦୀପ ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇ ଗୋପବନ୍ଧୁ କ୍ରୀଡା ସଂସଦର ଭୂମିକା ଓ ସହଯୋଗ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଯୋଗଗୁରୁ ତାପସ ପତି ସୂଚନା ଦେଇଥିଲେ । ନାମ୍ୱିଆର ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରଶଂସା କରିବା ସହ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ପାରାଦୀପକୁ ଏକ ସାଧନା କ୍ଷେତ୍ର ବୋଲି କହିଥିଲେ । ବନ୍ଦରର ମୁଖ୍ୟ ଯନ୍ତ୍ରୀ  ହିମାଂଶୁ ଶେଖର ରାଉତ, ଅର୍ଥ ପରାମର୍ଶଦାତା ଡିଏନ୍ ସୋନ୍ଧି, ଡେପୁଟି ସିଭିଓ ସ୍ମୃତି ରଞ୍ଜନ ବେହୁରା ବାଙ୍ଗାଲୋରରୁ ଆସିଥିବା ଶ୍ରୀ ନାମ୍ୱିଆରଙ୍କୁ ସମ୍ମାନିତ କରିବା ସହ ସଙ୍ଗେ ଶ୍ରୀ ରବିଶଙ୍କରଙ୍କ ପାରାଦୀପ ଗସ୍ତ ପାଇଁ ପ୍ରସ୍ତାବ ରଖିଥିଲେ ।