ହିଙ୍ଗୁଳା ୟୁପି ସ୍କୁଲରେ ବାର୍ଷିକୋତ୍ସବ
ପାଣିକୋଇଲି: କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ, ବୈତରଣୀରୋଡ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦୁଷ୍ମନ୍ତ ନାୟକ ଯୋଗଦେଇ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ସୁନାମ ଅର୍ଜନ କରି ଅନୁଷ୍ଠାନ ପାଇଁ ଗୌରବ ଆଣିବାକୁ ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବେହେରା ଅତିଥି ପରିଚୟ, ଅଧ୍ୟାପକ କପିଳେନ୍ଦ୍ର ମାଝୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରେ କ୍ରୀଡାରେ ଚାମ୍ପିଆନ ହୋଇଥିବା ବାଳିକା ବିଭାଗର କାନଜୀ ପଣ୍ଡା ଓ ବାଳକ ବିଭାଗର ଦିବ୍ୟଜ୍ୟୋତି ପତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ଚାମ୍ପିଅନ ଟ୍ରଫି ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗରେ କୃତୀ କ୍ରୀଡାବିତ୍ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପଳ ଉପେନ୍ଦ୍ର ନାଥ ସାହୁ, ଅଧ୍ୟାପିକା ଡ. ସ୍ୱପ୍ନାମାନସି ପୃଷ୍ଟି, କ୍ରୀଡା ଶିକ୍ଷକ ପୀତାମ୍ବର ବେହେରା, ଅଧ୍ୟାପକ ନିର୍ମଳ ରଞ୍ଜନ ସାହୁ, ପବିତ୍ର କୁମାର ସାହୁ, ଅଧ୍ୟାପିକା ସୁମିତ୍ରା ସ୍ୱାଇଁ, ଅଶୋକ ନାୟକ, ଜୟନ୍ତ କୁମାର ମଲ୍ଲିକ, ଅଭୟ ବେହୁରା, ଶିବାନନ୍ଦ ମଲ୍ଲିକ, ବସନ୍ତ ସାହୁ, ନୀଳମଣୀ ମଲ୍ଲିକ, ନାରାୟଣ ବାରିଜଙ୍କ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପରିଚାଳନା କରିଥିଲେ । ଅଧ୍ୟାପକ କପିଳେନ୍ଦ୍ର ମାଝୀ ଧନ୍ୟବାଦ ଦେଇଥିଲେ ।