ପାଢୀସାହି ମୁସଲମାନ ବସ୍ତିରେ ମରଣାନ୍ତକ ଆକ୍ରମଣ, ୭ ଗୁରୁତର
ତିହିଡ଼ି : ମହଙ୍ଗା ପଡୁଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାର ମୁଣ୍ଡିଆଳ ବୀହିନ ତଥା କର୍ମ·ରୀ ଅଭାବ । ଠିକଣା ସମୟରେ ଅଭିଯୋଗର ତଦନ୍ତ ହେଉନଥିବାରୁ ଦିନକୁ ଦିନ ଅରାଜକତା ବୃଦ୍ଧି ପାଉଛି । ବିଗତ ଦିନରେ ଅନେକ ଉଦାହରଣ ଲୋକଲୋଚନରୁ ଲିଭିନଥିବା ବେଳେ ସଂପ୍ରତି ପୀରହାଟ ପୁରୁଣାବଜାର ପାଢୀସାହି ମୁସଲମାନ ବସ୍ତିରେ ହୋଇଛି ହଣାକଟା ଆଉ ମାରପିଟ୍ । ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି ଗୋଟିଏ ପକ୍ଷର ୭ ଜଣ । କାହାର ମୁଣ୍ଡରେ କଟୁରୀ ପ୍ରହାର ତ ଆଉ କାହାର ପିଠି, ପେଟ, ଜଙ୍ଘ, ହାତ, ଗୋଡ ଆଦି ଅନେକ ସ୍ଥାନରେ ଆକ୍ରମଣ ହୋଇଛି । ନ୍ୟାୟ ଦାବିରେ ଟ୍ରଲିରେ ଗୁରୁତର ଆହତ ମାନଙ୍କୁ ଥାନା ସମ୍ମୁଖରେ ରଖି ପୁଲିସର ଅପାରଗପଣିଆ ଉପରେ ଅଙ୍ଗୁଳି ନିଦେ୍ର୍ଦଶ କରିଛନ୍ତି । ସାଜନ ସାହାଜୀ, ଜାହାଙ୍ଗିର ସାହାଜୀ, ଉମରଲ୍ଲୀ ସାହାଜୀ, ଯଦୁ ସାହାଜୀ, ରୋବେଦା ବିବି ଓ ଖୁସ୍ ବିବି ପ୍ରମୁଖ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଏହି ପକ୍ଷଙ୍କ ଅଭିଯୋଗ ଅନୁଯାଇ, ଶୁକ୍ରବାର ସକାଳେ ଅପରପକ୍ଷଙ୍କ ସହିତ ଘର ପାଖ ରାସ୍ତାକୁ ନେଇ ବାଦାନୁବାଦ ଉଗ୍ରରୂପ ନେଇଥିଲା । ଜୀବନରୁ ମାରି ଦେବାକୁ ସେମାନେ ଧମକ ଦେଇଥିଲେ । ଏହି ପକ୍ଷ ଘଟଣାକୁ ନେଇ ସଂଧ୍ୟାରେ ଥାନାରେ ଏତଲା ଦେଇଥିଲେ । ରାତି ୧୦ ଘଟିକା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ପୁଲିସ କୌଣସି ତଦନ୍ତ କରିନଥିଲା ଏପରିକି ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପୁଲିସର ଭୂମିକା ମଧ୍ୟ କିଛି ନଥିଲା । ଯାହା ଫଳରେ ଘରକୁ ଫେରୁଥିବା ବେଳେ ଅପରପକ୍ଷ ସଂଘବଦ୍ଧ ହୋଇ ପୀରପଡିଆ ନିକଟରେ ଅତର୍କିତ ଆକ୍ରମଣ କରିଥିଲେ । ପୁଲିସର ପରାମର୍ଶକ୍ରମେ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯିବା ସହିତ ସର୍ଜମିନ୍ ତଦନ୍ତ କରିବା ଲାଗି ପୁଲିସ ଘଟଣା ସ୍ଥଳକୁ ଯାଇଥିବା ଜଣାଯାଇଛି । ପ୍ରଥମ ପକ୍ଷରୁ ଇଦ୍ରିଶ ସାହାଜୀ ଆଜିର ଆକ୍ରମଣ ଘଟଣାରେ ୧୪ ଜଣଙ୍କ ସଂପୃକ୍ତି ଥିବା ଥାନାରେ ଏତଲା ଦେଇଥିବା ଜଣାଯାଇଛି । ପୁଲିସ ଘଟଣାର ସ୍ୱତନ୍ତ୍ର ତଦନ୍ତ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।