ଲୋକାଭିମୁଖୀ ଶାସନର ମଣ୍ଡଳସ୍ତରୀୟ ସମାବେଶ
ଭଦ୍ରକ: ମଣ୍ଡଳସ୍ତରୀୟ ସମାବେଶରେ ଯୋଗଦେଇ ଏକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ ଶାସନର ଗଠନ ପାଇଁ କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ୧ ବର୍ଷ ଅବଧିରେ ହାସଲ କରାଯାଇଥିବା ଗୌରବଜନକ ଉପଲବ୍ଧି ବିଷୟରେ ଅଭିଭାଷଣ ରଖିଥିଲେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଏକ ନୂତନ ଓ ବିକଶିତ ଓଡ଼ିଶା ନିର୍ମାଣ ପଥରେ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଏହି ଅବସରରେ ସାଂସଦ ଅଭିମନୁ୍ୟ ସେଠି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।