ଆଶିଷ  ଯାଜପୁର ରୋଡ ଥାନା ଅଧିକାରୀ 

 ବ୍ୟାସନଗର: ମଙ୍ଗଳବାର ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଭାବେ ଆଶିଷ କୁମାର ସାହୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ଗତ ଏପ୍ରିଲ ୨୫ ତାରିଖରେ ଯାଜପୁର ରୋଡ୍ ଥାନାକୁ ଅଧିକାରୀ ଭାବେ ବଦଳି ହୋଇଥିଲେ ହେଁ ଦାୟିତ୍ୱ ଗ୍ରହଣ କରିପାରି ନଥିଲେ । କାରଣ ପୂର୍ବରୁ ଦାୟିତ୍ୱରେ ଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ପଦୋନ୍ନତି ପରେ ଅନ୍ୟତ୍ର ପୋଷ୍ଟିଂ ହୋଇପାରି ନଥିବାରୁ ଶ୍ରୀ ସାହୁ ଦୀର୍ଘ ଦୁଇମାସ ଥାନାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ଜୁନ ୨୫ରେ ଯଖପୁରା ଥାନାକୁ ବଦଳି କରାଯାଇଥିଲା । ଡିଏସପି ପଦୋନ୍ନତି ପାଇଥିବା ପ୍ରଧାନଙ୍କ ବଦଳି ପରେ ପୁର୍ନବାର ତାଙ୍କୁ ଯାଜପୁର ରୋଡ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଶ୍ରୀ ସାହୁ ଏକା ସଙ୍ଗେ ଯଖପୁରା ଥାନାର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ।