ଝାଡାବାନ୍ତି ଆକ୍ରାନ୍ତଙ୍କ ଚିକିସôା ତଦାରଖ କଲେ ଉପଜିଲ୍ଲାପାଳ
ଆନନ୍ଦପୁର : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ତରାଇଲୋ ଗ୍ରାମରେ ଗତ କାଲି ଏକୋଇଶିଆ ଭୋଜି ଖାଇ ଅନେକ ବ୍ୟକ୍ତି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨୪ ଜଣ ରୋଗୀ ଗତକାଲି ଆନନ୍ଦପୁର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି ହୋଇଛନ୍ତି । ତନ୍ମଧ୍ୟରୁ ସୁଦର୍ଶନ ପାତ୍ର ନାମକ ରୋଗୀଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ସେହିପରି ଅବସ୍ଥାରେ ସୁଧାର ନଆସିବାରୁ ୪ ରୁ ଉର୍ଦ୍ଧ ରୋଗୀ ଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ନେଇ ମେଡିକାଲ ସୁପରିଟେଣ୍ଡେଣ୍ଟ ଧନେଶ୍ୱର ସେଠୀ ସୂଚନା ପ୍ରଦାନ କରିଛନ୍ତି । ତେବେ ଏନେଇ ଖବର ପାଇବା ପରେ ଉପଜିଲ୍ଲାପାଳ ନୀଳମାଧବ ସୁନା ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସହିତ ଆଲୋଚନା କରିବା ସହିତ ରୋଗୀ ମାନଙ୍କ ଚିକିସôାରେ ଯେପରି ଅସୁବିଧା ନହୁଏ ନିଦେ୍ର୍ଦଶ ଦେଇଥିଲେ ।