ମାନତୀରାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା
ଦାନଗଦୀ : ଚଳିତ ଜ୍ୟେଷ୍ଠ ମାସ ପୁର୍ଣ୍ଣିମା ତିଥିରେ ମାନତୀରା ଜଗନ୍ନାଥ ମନ୍ଦିରର ଆରାଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମାନତୀରା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ତତ୍ୱାବଧାନରେ ମନ୍ଦିରର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହ ମାନଙ୍କୁ ସେବକ ସମ୍ପ୍ରଦାୟ, ପୂଜାପଣ୍ଡା ତଥା ଗ୍ରାମର ବ୍ରାହ୍ମଣ ମାନଙ୍କ ଦ୍ୱାରା ପହଣ୍ଡି କରି ସ୍ନାନ ମଣ୍ଡପରେ ବିଜେ କରାଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦିବ୍ୟ ସ୍ନାନ କରାଯାଇଥିଲା । ମାନତୀରା ଜଗନ୍ନାଥ ମନ୍ଦିର କର୍ମକର୍ତାଙ୍କ ସହ ଶାଖାର ସମସ୍ତ ଚାରଣ ଭାଇ ଯୋଗ ଦେଇଥିଲେ । ଉତ୍ସବରେ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦାନ କରି ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହ ମାନଙ୍କର ଦିବ୍ୟ ସ୍ନାନ ଲୀଳା ତଥା ଗଜାନନ ବେଶ ଦର୍ଶନ କରିଥିଲେ ।