"ଆସ ସ୍କୁଲ ଯିବା’ ଅଭିଯାନର ସମୀକ୍ଷା ବୈଠକ

 ନୂଆପଡା : ସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ‘ଆସ ସ୍କୁଲ ଯିବା’ ଅଭିଯାନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍କୁଲରୁ ଡ୍ରପଆଉଟ ହୋଇଥିବା ଏବଂ ଜମାରୁ ସ୍କୁଲ ଯାଇନଥିବା ପିଲାଙ୍କୁ ପୁଣିଥରେ ଶିକ୍ଷାର ମୁଖ୍ୟ ଧାରାକୁ ଫେରାଇ ଆଣି ସେମାନଙ୍କ ଜୀବନଧାରାକୁ ପରିବର୍ତ୍ତନ କରିବା ପାଇଁ ପ୍ରଚେଷ୍ଟା କରାଯିବ । ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏଙ୍କ ଆବାହକତତ୍ୱରେ ଅନୁଷ୍ଠିତ ଏଇ ସଭାରେ ଶିକ୍ଷା ବିଭାଗର ତଥା ସମ୍ପୃକ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ । ସମୀକ୍ଷାରୁ ଜଣାଗଲା ଯେ, ସମଗ୍ର ଜିଲ୍ଳାରେ ୫୮୦୭ ଜଣ ପିଲା ସ୍କୁଲ ବାହାରେ ରହି ଯାଇଛନ୍ତି । ଏଥିରୁ ୪୭୩୫ ଜଣ ଡ୍ରପ ଆଉଟ ହୋଇଥିବା ବେଳେ ୧୦୭୨ ଜଣ ଜମାରୁ ସ୍କୁଲ ଯାଇନାହାନ୍ତି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲାରେ ସ୍ୱତନ୍ତ୍ର ଶିକ୍ଷକ ଅଭିଭାବକ ମିଟିଂ, ଶିକ୍ଷା ସଭା ଏବଂ ପଦଯାତ୍ରା କରାଯାଇଥିଲା କ୍ଷ ଏ ମଧ୍ୟରେ ୯୯୨ ଜଣ ଡ୍ରପ ଆଉଟ ପିଲା  ଏବଂ ଜମାରୁ ସ୍କୁଲ ଯାଇ ନଥିବା  ୧୭୦ ଜଣ ପିଲାଙ୍କର ପୁଣିଥରେ ବିଭିନ୍ନ ସ୍କୁଲରେ ନାମ ଲେଖା ହୋଇ ଯାଇଛି । ଶିକ୍ଷା ବିଭାଗ ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ମିଳିତ ଭାବରେ ଡ୍ରପ ଆଉଟ ପିଲାମାନଙ୍କ ଘରକୁ ଯାଇ ଏଭଳି ପିଲା ତଥା ତାଙ୍କ ପିତାମାତାଙ୍କୁ ବୁଝାଇ ପୁଣିଥରେ ବିଦ୍ୟାଳୟ, କଲେଜ ବିଭିନ୍ନ ଧନ୍ଦା ମୂଳକ ଟ୍ରେନିଂ, ଆଇଟିଆଇ କିମ୍ବା ପଲିଟେକନିକ୍ରେ ନାମ ଲେଖା ପାଇଁ ପ୍ରବର୍ତ୍ତାଇବେ ।