ଗଛରେ ପିଟିହେଲା ବୋଲେରୋ; ଜଣେ ଆହତ

 ଆନନ୍ଦପୁର  : ଘଟଗାଁ ମା’ ତାରିଣୀ ଦର୍ଶନ ସାରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱର ସନ୍ତରାÿଗଡିଆ ଗ୍ରାମକୁ ଯାତ୍ରୀ ନେଇ ଫେରୁଥିବା ଓଡ଼ି୦୪ଇ-୨୪୪୫ଟି ଏକ ଗଛରେ ପିଟି ହୋଇଥିଲା । ଯେଉଁ ସମୟରେ ଗାଡ଼ିରେ ୭ଜଣ ସବାର ହୋଇଥିବା ବେଳେ ସେମାନେ ଜୀବନରକ୍ଷା ନିମିତ ତଳକୁ ଡ଼େଇଁ ପଡ଼ିଥିଲେ । ଡ଼େଇଁବା ବେଳେ ଜଣେ ଆହତ ହୋଇଥିଲେ । ଖବର ମତେ ୭ଜଣ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଆନନ୍ଦପୁର ବ୍ରିଜ ଛକ ରାସ୍ତା କଡରେ ବିକ୍ରି ହେଉଥିବା ଆମ୍ବ କିଣିବାକୁ ଅଟକିଥିଲା । କେଇଜଣ ଆମ୍ବ କିଣିବାକୁ ଓହ୍ଲାଇବା ପରେ ଗାଡ଼ିଟି ନିକଟରେ ଥିବା ପୌରପରିଷଦ ପାର୍କ ଆଡକୁ ଗଡ଼ିବା ଆରମ୍ଭ କରିଥିଲା । ଏହି ସମୟରେ ଗାଡ଼ିରେ ଥିବା ୭ ଜଣ ନିଜ ଜୀବନ  ବଞ୍ଚାଇବାକୁ ଯାଇ ଗାଡିରୁ ଡେଇଁ ପଡୁଥିବାବେଳେ ଜଣଙ୍କ ଦେହରେ ଆଘାତ ଲାଗିଥିଲା । ଆହତ ଜଣଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାÿଯାଇଛି ।