ଅବକାରୀ ଓ ପୁଲିସ ବିଭାଗର ମିଳିତ ଚଢଉ 

 ଚମ୍ପୁଆ : ଅବକାରୀ ଅଧ୍ୟକ୍ଷକ ସୀତାରାଣୀ ପଟ୍ଟାୟତଙ୍କ ନିଦେ୍ର୍ଦଶକ୍ରମେ ତଥା ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ୍ ଜଗାରାଉଙ୍କ ପ୍ରତ୍ୟେକ୍ଷକ ତତ୍ୱାବଧାନରେ ବାରିଆ ଥାନା ଅଧିନସ୍ଥ ବର୍ଦ୍ଧନା ଓ ଚମ୍ପୁଆ ଥାନା ଅନ୍ତର୍ଗତ ତଡୁଆବାହାଳଠାରେ ଚୋରା ମଦ କାରବାର ଓ ମଦ ପ୍ରସ୍ତୁତି ଉପରେ ଚଢଉ କରାଯାଇଛି । ମାଜିଷ୍ଟ୍ରେଟ ସୁଜିତ ସ୍ୱାଇଁଙ୍କ ଉପସ୍ଥିତିରେ ଯୋଡା, ବଡବିଲ, ଝୁମ୍ପୁରା, ଜିଲ୍ଲା ମୋବାଇଲ ସ୍କାଡ ଓ ପୁଲିସ ସହାୟତାରେ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ ୧୯ ହଜାର କେଜି ମହୁଲ ପଚ ନଷ୍ଟ କରାଯାଇଥିବା ବେଳେ ୧୭୫୦ ଲିଟର ମହୁଲି ମଦ ସହିତ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଥିଲା ।