ଆସନ୍ତାକାଲି ଆସିବେ ମୋଦି : ଝାରସୁଗୁଡ଼ାରେ ମୋହନଙ୍କ ସମୀକ୍ଷା

ଆସନ୍ତାକାଲି ଆସିବେ ମୋଦି : ଝାରସୁଗୁଡ଼ାରେ ମୋହନଙ୍କ ସମୀକ୍ଷା

 ଭୁବନେଶ୍ୱର:  ଆଉ ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଯାହାକୁ ନେଇ ପ୍ରଶାସନିକ କଳ ଓ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି  । ମୋଦିଙ୍କ ସମାବେଶକୁ ଭବ୍ୟ କରିବା ପାଇଁ ସରକାର ଓ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରିରହିଛି  । 
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି  । ସେ ଝାରସୁଗୁଡ଼ାରେ ପହଁଚିବା ପରେ ତାଙ୍କୁ ବ୍ୟାପକ ସ୍ୱାଗତ ସମ୍ବଦ୍ଧ୍ୱର୍ନା କରାଯାଇଥିଲା  । ଉପସ୍ଥିତ ଅଧିକାରୀମାନଙ୍କ ସହ ଯାଇ ସେ ସଭାସ୍ଥଳ ପରିଦର୍ଶନ କରିବା ସହ ଝାରସୁଗୁଡ଼ା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବି ସମୀକ୍ଷା କରିଥିଲେ  । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଓଡ଼ିଶା ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ  ।