ଆଇନଶୃଙ୍ଖଳା ପରିସ୍ଥିତି ନିମ୍ନସ୍ତରକୁ ଚାଲିଯାଇଛି: କଂଗ୍ରେସ
ଭୁବନେଶ୍ୱର : ସାରା ଓଡ଼ିଶାରେ ଏବେ ଅରାଜକତା ମାଡ଼ି ଚାଲିଛି । ଆଇନର ଶାସନ ପରିବର୍ତ୍ତେ ବାହୁବଳୀ ମାନଙ୍କ ଶାସନ ଚାଲିଛି । ଜଣେ କର୍ତ୍ତବ୍ୟରତ ଭୁବନେଶ୍ୱର ମହାନଗର ନିଗମର ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟାଳୟର ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିବା ବେଳେ ମାଡ଼ ମରାଯିବା ଅତ୍ୟନ୍ତ ନୀନ୍ଦନୀୟ ବୋଲି କଂଗ୍ରେସ କହିଛି । ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ, ଅଥଚ ଦଳୀୟ କର୍ପୋରେଟର ଏବଂ କର୍ମୀମାନେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମାରୁଛନ୍ତି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ସୋମବାର ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଯେଉଁ ଅମାନବୀୟ ଓ ଅକଥନୀୟ ଘଟଣା ଘଟିଥଲା ତାହାକୁ ଘୋର ନିନ୍ଦା କରିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହିତ ତାଙ୍କ ପଛରେ ଥିବା ମଧ୍ୟ ଭୁବନେଶ୍ୱରର ବିଜେପି ଦଳର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ ।