ବାଂଲାଦେଶରେ ହିନ୍ଦୁଙ୍କୁ ସୁରକ୍ଷା ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର:  ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ ସହିତ ହତ୍ୟାକୁ ଦୃଢ଼ ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି । ଦେଢକୋଟିରୁ ଊଦ୍ଧ୍ୱର୍ର୍ ହିନ୍ଦୁ ପରିବାର ବାଂଲାଦେଶରେ ବସବାସ କରୁଥିବାବେଳେ ସେଠାକାର ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛି । ଏହି ଦଙ୍ଗା ଖୋଲାଖୋଲି ମାନବାଧିକାର ଆଇନକୁ ଉଲଂଘନ କରୁଛି । ଆନନ୍ଦପୁର ଭାରତୀୟ ଜନତା ପାର୍ଟି ଚିନ୍ତା ପ୍ରକଟ କରିବା ସହିତ ସେଠାରେ ଥିବା ହିନ୍ଦୁମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ଜିଲ୍ଲା ଉପସଭାପତି ନିରାକାର ଦଳେଇଙ୍କ ସଂଯୋଜନାରେ ଏକ ଦାବିପତ୍ର ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପୌର ପରିଷଦ ସାଂସଦ ପ୍ରତିନିଧି ରାମଚନ୍ଦ୍ର ସାହୁ, ଜିଲ୍ଲା ଯୁବ ଉପସଭାପତି ଆକାଶ କୁମାର ସାହୁ, ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ବବିତା ଶତପଥୀ, ପ୍ରଣୟିନୀ ନାୟକ, ହରିଜନ ମୋର୍ଚ୍ଚା ସଭାପତି ହରେକୃଷ୍ଣ ପାତ୍ର, କାର୍ଯ୍ୟକର୍ତ୍ତା ଗଗନ ସିଂ, ପଦ୍ମଲୋଚନ ପାଣିଗ୍ରାହୀ, ଆନନ୍ଦ କୁମାର ପାଢ଼ୀ, ଲଲାଟେନ୍ଦୁ ଧୀର, ମୁରଲୀଧର ମିଶ୍ର, ବିପିନି ପାତ୍ର, ମୁନିଦ୍ର ସେଠୀ, ତୋଫାନ ଘଡେଇ, ବିଶ୍ୱନାଥ ନାଏକ, ନାରାୟଣ ବାରିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।