ଆହାନାଙ୍କୁ ପ୍ରେସ୍ କ୍ଲବ ତରଫରୁ ସମ୍ବର୍ଦ୍ଧନା


 ବୈଶିଙ୍ଗା: ବୈଶିଙ୍ଗା ଗ୍ରାମର କୁନି ଝିଅ ଆହାନା ଜାତୀୟ ୟୂସୁ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ବିଜୟୀ ହୋଇ ମୟୂରଭଞ୍ଜ ଜିଲ୍ଲା ତଥା ଓଡ଼ିଶାର ଗୌରବ ଆଣିଛନ୍ତି । ସେଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି । ବୈଶିଙ୍ଗା ଥାନା ଅନ୍ତର୍ଗତ ସରବଣା ସ୍ଥିତ ଦିବ୍ୟ ଜ୍ୟୋତି କନଭେଣ୍ଟ ସ୍କୁଲର ପ୍ରଥମ ଶ୍ରେଣୀରେ ଅଧ୍ୟୟନରତ ଆହାନା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତରକୁ ଯିବାପାଇଁ ମନୋନୀତ ହୋଇଥିଲେ । ୨୩ ତମ ୟୁସୁ ପ୍ରତିଯୋଗିତା ଜାମ୍ମୁ ଓ କାଶ୍ମୀର ସ୍ଥିତ ଜାମ୍ମୁ ୟୁନିଭରସିଟିରେ ଅନୁଷ୍ଠିତ ହୋଇଥିଲା । ମିସ୍ ଆହାନା ସିଙ୍ଗଲ୍ ୱିପନ୍ ଇଭେଣ୍ଟରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ସଂଘର୍ଷ କରି ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଆହାନା ହେଉଛନ୍ତି ସୁଦର୍ଶନ ମହାପାତ୍ରଙ୍କର ନାତୁଣୀ ତଥା ମାଆ ସ୍ୱାତୀସ୍ମିତା ଓ ବାପା ବିନମ୍ର ମହାପାତ୍ରଙ୍କ ଏକ ମାତ୍ର କନ୍ୟା  । ଗୁରୁବାର ତାଙ୍କୁ ବେତନଟୀ ବ୍ଳକ୍ ପ୍ରେସ୍ କ୍ଳବ୍ ତରଫରୁ ବୈଶିଙ୍ଗା ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରେସ କ୍ଳବ୍ର ସଭାପତି ପ୍ରକାଶ ବେହେରା, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ହୋତା, ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର, ବିମଳେନ୍ଦୁ ମହାପାତ୍ର, ହରିଶ ମହାନ୍ତି, ସ୍ୱ୍ରୁପ ପଟ୍ଟନାୟକ, ସତ୍ୟଜିତ ରାଉତ, ବିଦ୍ୟାଧର ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ଆହାନାର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏଥି ସହିତ ଦିବ୍ୟ ଜ୍ୟୋତି କନଭେଣ୍ଟ ସ୍କୁଲର ଛାତ୍ର ପ୍ରିୟବ୍ରତ ପରିଡା ଫ୍ରି ଷ୍ଟାଇଲ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଶକ୍ତି ମହାନ୍ତ ଫାଇଟର ଇଭେଣ୍ଟରେ କ୍ୱାଟର ଫାଇନାଲରେ ପହଞ୍ଚô ଥିଲେ । ସମସ୍ତଙ୍କୁ ବେତନଟୀ ବ୍ଲକ ପ୍ରେସ କ୍ଲବ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା ।