ଜୟପୁର କାଗଜକଳ ଅବସରପ୍ରାପ୍ତ ଶ୍ରମିକଙ୍କ ଆନେ୍ଦାଳନକୁ ଜିଲ୍ଲା ବାର୍ ଆସୋସିଏସନ୍ର ସମର୍ଥନ
ଜୟପୁର: ଜିଲ୍ଲା ଓକିଲ ସଂଘର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୁଣା ସେବା କାଗଜକଳର ଅବସରପ୍ରାପ୍ତ ଶ୍ରମିକମାନଙ୍କ ଆନେ୍ଦାଳନକୁ ସମର୍ଥନ ଜଣାଇବା ପାଇଁ କାଗଜ କଳ ସମ୍ମୁଖରେ ·ଲିଥିବା ଧାରଣା ସ୍ଥଳରେ ଯୋଗଦେଇଥିଲେ । ପ୍ରତିନିଧି ଦଳରେ ବୟୋଜ୍ୟେଷ୍ଠ ଓକିଲ ତଥା ପୂର୍ବତନ ସଭାପତି ବିରେଶ ପଟ୍ଟନାୟକ, ରାଜ୍ୟ ବାର୍ କାଉନସିଲ ସଦସ୍ୟ ପି. ରମେଶ ପାତ୍ର, ଜିଲ୍ଲା ବାର୍ ଆସୋସିଏସନ୍ ସଭାପତି ତ୍ରୀନାଥ ସିଂ ଲାଲ୍ , ସମ୍ପାଦକ ମହେନ୍ଦ୍ର ଅଧିକାରୀ, ଉପ ସଭାପତି ସତ୍ୟବ୍ରତ ପାଢ଼ୀ, ଯୁଗ୍ମ ସମ୍ପାଦକ ପି. ସନ୍ନ୍ୟାସୀ ରାଓ, କୋଷାଧ୍ୟକ୍ଷ ସହଦେବ ପଟ୍ଟନାୟକ, ଯୁବ ଓକିଲ ତଥା ଲିଗାଲ୍ ଏଡ୍ ଡିଫେନସ୍ କାଉନସିଲ୍ ଓ ଅଧିବକ୍ତା ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜର ଅଧ୍ୟକ୍ଷ ହରିଶ୍ ମୁଦୁଲି, ଆଡଭୋକଟ ଗିରିଧର ଖରା, ଜୟନ୍ତ ସାନ୍ତ୍ରା, ସୁରେଶ ହଡପ, ଶୀତଲ ରଥ ଓ ତାପସ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଓକିଲ ସଂଘ ସମର୍ଥନ ଜଣାଇ ଏକ ଚିଠି ଅବସରପ୍ରାପ୍ତ ଶ୍ରମିକ ସମୂହଙ୍କୁ ଦେଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ଶ୍ରମିକଙ୍କ ବର୍ତ୍ତମାନର ପାଞ୍ଚ ମାସର ଦରମା ସହ ବିଜିନେସ୍ ଟ୍ରାନ୍ସଫର ଏଗ୍ରିମେଣ୍ଟ ବା ବିଟିଏକୁ ଆଇନ୍ ଅନୁସାରେ ଲାଗୁ କରିବା ପାଇଁ ଶ୍ରମିକଙ୍କ ଦାବି ଯଥାର୍ଥ ଓ ଯୁକ୍ତିଯୁକ୍ତ । ଅବସର ପରେ ଶ୍ରମିକମାନଙ୍କ ଷ୍ଟାଚ୍ୟୁଟୋରୀ ପେମେଣ୍ଟ ୍ ଗ୍ରାଚ୍ୟୁଇଟି ଓ ପ୍ରୋଭିଡେଣ୍ଟ ଫଣ୍ଡ୍ ଦେବା ସହ ପେନସନ ଯୋଗାଇବା ପାଇଁ ଅବହେଳା ଓ ଅଣଦେଖା କରିବା ଅତ୍ୟନ୍ତ ନିନ୍ଦନୀୟ ଓ କ୍ଷୋଭର ବିଷୟ । ରାଜ୍ୟ ବାର୍ କାଉନସିଲ ସଭ୍ୟ ଓ ଓକିଲ ସଂଘ ସଭାପତି କହିଛନ୍ତି ଆବଶ୍ୟକ ସ୍ଥଳେ ଆଇନ୍ ଅନୁସାରେ ପଦକ୍ଷେପ ନିଆଯିବ ଓ ଜିଲ୍ଲା ବାର୍ ଆସୋସିଏସନର ଜେନେରାଲ ବଡ଼ି ମିଟିଂରେ ଏହି ପ୍ରସ୍ତାବ ପାରିତ କରି ଚିଠି ଲେଖାଯିବ । ଏଥିନେଇ ଯୁଗ୍ମ ଶ୍ରମ କମିଶନର ଓ ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ କରି ସେବା ପେପର ମିଲର କର୍ତ୍ତୃପକ୍ଷଙ୍କୁ ତାଗିଦ କରି ଅତିଶୀଘ୍ର ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରିବେ ବୋଲି ସୂଚନା ଦେଇଛନ୍ତି । ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।