ଆହ୍ୱାନ ଫାଉଣ୍ଡେସନକୁ ପ୍ରକୃତି ମିତ୍ର ପୁରସ୍କାର

ପାରାଦୀପ  : ଓୟୁଏଟି ଅଡିଟୋରିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ  ଦିବସ ସମାରୋହ  ଉତ୍ସବରେ  ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ୱାନ  ଫାଉଣ୍ଡେସନ’କୁ ପ୍ରକୃତି ମିତ୍ର-୨୦୨୫ ପ୍ରଦାନ କରାଯାଇଛି । ପରିବେଶ ସୁରକ୍ଷା ଓ ଜଳବାୟୁ  ସମ୍ପର୍କିତ ବିଭିନ୍ନ ସଚେତନାତା ଧର୍ମୀ କାର୍ଯ୍ୟ ପାଇଁ  ଆହ୍ୱାନ ଫାଉଣ୍ଡେସନ ସଂଗଠନକୁ  ସ୍ୱୀକୃତି ସ୍ୱରୂପ ନଗଦ ୨୦ ହଜାର ଟଙ୍କାର ଅର୍ଥରାଶୀ  ସହିତ ପ୍ରମାଣପତ୍ର  ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ଜଙ୍ଗଲ  ପରିବେଶ ଓ ଜଳବାୟୁ ପରିବର୍ତନ  ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସତ୍ୟବ୍ରତ ସାହୁଙ୍କଠାରୁ ଆହ୍ୱାନ ଫାଉଣ୍ଡେସନର ସଭାପତି ସାଗର ବିଶ୍ୱାଳ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ସିଇଏସ୍ ନିଦେ୍ର୍ଦଶକ, ପିସିସିଏଫ୍ ଓ ଓୟୁଏଟି ଭାଇସ ଚାନ୍ସ୍ସେଲର ଉପସ୍ଥିତ ଥିଲେ । ବିଗତ ୧୨ ବର୍ଷ ଧରି ଆହ୍ୱାନ ଫାଉଣ୍ଡେସନ ବୃକ୍ଷ ରୋପଣ ଅଭିଯାନ, ଲୁଣା ଜଙ୍ଗଲର ସୁରକ୍ଷା, ଜଳବାୟୁ ପରିବର୍ତନ ସଚେତନତା ଅଭିଯାନ, ପରିବେଶଗତ କର୍ମଶାଳା ଆଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ନିୟୋଜିତ ରହି ଆସିଛି । ୨୦୧୮ ମସିହାରେ ଆହ୍ୱାନ ଫାଉଣ୍ଡେସନକୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନ୍ନିତ କରାଯାଇଥିବା ବେଳେ, ୨୦୨୨ ମସିହାରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଏହି ସଂଗଠନକୁ ଓଡିଶାର ଶ୍ରେଷ୍ଠ ଯୁବ ସଂଗଠନ  ଭାବେ ସମ୍ମାନ୍ନିତ କରାଯାଇଛି ।