ମଦ ଜବତ: ୨ କୋର୍ଟ ଚାଲାଣ

ସ୍ୱତନ୍ତ୍ର ପ୍ରତିନିଧି ଖୋର୍ଦ୍ଧା : ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ଦଳ ପକ୍ଷରୁ ମଙ୍ଗଳବାର ବେଗୁନିଆ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ବେଗୁନିଆ ଥାନା ପିଚୁକୁଳି ଗ୍ରାମର ଅନନ୍ତ ନାୟକ (୩୭) ଏବଂ ବେଗୁନିଆ ଗ୍ରାମର ଲଳିତା ସାହୁ (୫୦)ଗିରଫ କରିବା ସହ ଏମାନଙ୍କଠୁ ୩୫ ଲିଟର ଦେଶୀ ମଦ ଜବତ କରିଥଛି ଅବକାରୀ ଦଳକାରବାରରେ ସଂପୃକ୍ତ ବ୍ୟକ୍ତିମାନଙ୍କ ନାଁରେ ୨ଟି ମାମଲା ରୁଜୁ କରି ବେଗୁନିଆ ଜେଏମେଏଫସି କୋର୍ଟ ଚାଲାଣ କରିଛି । ଚଢାଉରେ ଭ୍ରାମ୍ୟମାଣ ଅଧିକାରୀ ଥାର୍ପା ମାରାଣ୍ଡିଙ୍କ ସହ ଅନ୍ୟମାନେ ସାମିଲ ଥିଲେ ।