‘ଆୟୁର୍ବେଦ ଭାରତର ଗର୍ବ’ : ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଚରକାୟତନ’ ଉଦଘାଟିତ
ବାରଙ୍ଗ : ଆୟୂର୍ବେଦ ହେଉଛି ଭାରତର ଗର୍ବ ଓ ପରିଚୟ । ତେବେ ଯୋଗ ପରି ଏହାର ସମ୍ପୂର୍ଣ୍ଣ ସ୍ୱୀକୃତି ଆବଶ୍ୟକ । ଏଥିସହ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ବିଶ୍ୱବିଖ୍ୟାତ ଚରକ ସଂହିତାର ପ୍ରଚାର ପ୍ରସାର ସମ୍ଭବ । ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଛଅ ଦିନିଆ ଆୟୂର୍ବେଦ ସମ୍ମିଳନୀ ‘ଚରକାୟତନ’ର ଉଦଘାଟନୀ ଉସôବରେ ଏହିପରି କହିଛନ୍ତି ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର । ଛଅ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଚରକ ସଂହିତା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସର ସଭାପତି ପଦ୍ମଭୂଷଣ ଦେବେନ୍ଦ୍ର ତ୍ରିଗୁଣା ସାରା ଦୁନିଆଁ କିଭଳି ଆୟୂର୍ବେଦ ପ୍ରତି ଆକୃଷ୍ଟ ହେଉଛି, ସେକଥା କହିଥିଲେ । ଏଥିରେ ସର୍ବଭାରତୀୟ ଆୟୂର୍ବେଦ କଂଗ୍ରେସର ସଭାପତି ପଦ୍ମଭୂଷଣ ଦେବେନ୍ଦ୍ର ତ୍ରିଗୁଣାଙ୍କ ସହ ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ନିଦେ୍ର୍ଦଶିକା ଡ. ବନ୍ଦନା ସିରୋହା, କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରାଳୟ ଉପନିଦେ୍ର୍ଦଶକ ସତ୍ୟଜିତ ପାଲ୍, ନ୍ୟାସନାଲ କମିଶନ ଫର୍ ଇଣ୍ଡିଆନ୍ ସିଷ୍ଟମ୍ ଅଫ୍ ମେଡିସିନ୍ସ (ଏନସିଆଇଏସ୍ଏମ୍)ର ଅଧ୍ୟକ୍ଷ ଡ. ବି. ଏଲ୍. ମେହରା, ସେଣ୍ଟ୍ରାଲ କାଉନସିଲ୍ ଫର୍ ରିସର୍ଚ୍ଚ ଇନ୍ ଆୟୂର୍ବେଦିକ୍ ସାଇନ୍ସେସ୍ (ସିସିଆରଏସ୍)ର ଡାଇରେକ୍ଟର ଜେନେରାଲ୍ ରବିନାରାୟଣ ଆଚାର୍ଯ୍ୟ, ଶ୍ରୀଶ୍ରୀ ତତ୍ତ୍ୱର ପରିଚାଳନା ନିଦେ୍ର୍ଦଶକ ଅରବିନ୍ଦ ବର୍ଚ୍ଚସ୍ୱୀ, ରାଷ୍ଟ୍ରୀୟ ଆୟୂର୍ବେଦ ବିଦ୍ୟାପୀଠର ଗଭର୍ଣ୍ଣିଂ ବଡି ସଦସ୍ୟ ଡ. ମନୋଜ ନେସାରୀ ଏବଂ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ଡ. ରଜିତା କୁଲକର୍ଣ୍ଣୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି ।