ନବ ଦାସ ହତ୍ୟା ମାମଲାରେ ୫ ଦିନ ହେବ ଚାଲିଛି ମାରାଥନ ଜେରା

ନବ ଦାସ ହତ୍ୟା ମାମଲାରେ ୫ ଦିନ ହେବ ଚାଲିଛି ମାରାଥନ ଜେରା

ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁଣି ଆକ୍ଟିଭ ମୋଡ୍‌ରେ । ପଞ୍ଚମ ଦିନରେ ତଦନ୍ତକାରୀ ଟିମ୍‌ ୨ ଜଣଙ୍କୁ ଜେରା କରିଛି । ହତ୍ୟା ସମୟର ପ୍ରତ୍ୟକ୍ଷଦର୍ଶୀ ଥିବା ଜୀବନ ନାୟକଙ୍କ ବୟାନ ରେକର୍ଡ କରାଯାଇଛି । ପୂର୍ବ ବୟାନ ସହ ବର୍ତ୍ତମାନର ବୟାନ ମେଳ ଖାଉଛି କି ନାହିଁ ତାହା ଯାଞ୍ଚ କରିଛି ଟିମ୍‌ ।

ହତ୍ୟାକାଣ୍ଡ ସମୟରେ ନବଙ୍କୁ  ଜୀବନ ଫୁଲମାଳ ପିନ୍ଧାଉଥିଲେ । ତାଙ୍କ ବେକରେ ଗୁଳି ବାଜିବା ପରେ ନବଙ୍କ ଛାତିରେ ବାଜିଥିଲା । ସେପଟେ ପ୍ରଥମ ଥର ପାଇଁ ପୋଲିସଠାରୁ ବନ୍ଧୁକ ଛଡ଼ାଇଥିବା ସରୋଜ ସାଙ୍କୁ ଜେରା କରାଯାଇଛି । ହତ୍ୟାକାଣ୍ଡ ସମୟରେ ସରୋଜ ଉପସ୍ଥିତ ଥିଲେ  । ତତ୍କାଳୀନ ଆଇଆଇସିଙ୍କ ବନ୍ଧୁକ ଛଡ଼ାଇ ଆଣିଥିଲେ । ନବ ଦାସ ହତ୍ୟା ମାମଲାରେ ୫ ଦିନ ହେବ ବିଭିନ୍ନ ବ୍ୟକ୍ତିଙ୍କୁ ଚାଲିଛି ମାରାଥନ ଜେରା । ପରିବାର ଲୋକ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ତେବେ ଆବଶ୍ୟକ ପଡ଼ିଲେ ତତ୍କାଳୀନ ଆଇଆଇସି ଓ ଏସଡିପିଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ତଦନ୍ତ  କିନ୍ତୁ ଏଯାଏ କ୍ରାଇମବ୍ରାଞ୍ଚକୁ ମିଳିପାରିନି ହତ୍ୟାକାଣ୍ଡରେ ବ୍ୟବହୃତ ଗୁଳି । ସେପଟେ ହସ୍ପିଟାଲରୁ ଇସିଜି ରିପୋର୍ଟ ଗାଏବ ଘଟଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।