ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ପୂର୍ବତନ ସରପଞ୍ଚ : ମାଫିଆଙ୍କଠାରୁ ଖଣି ସୁରକ୍ଷା ଦାବି

 ଭୁବନେଶ୍ୱର :  ଗଞ୍ଜାମ ଜିଲ୍ଲା ଢୁଙ୍କାପଡାର ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଆରତୀ ଦେବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିଯୋଗ କରିଛନ୍ତି । ନିଜ ଅଞ୍ଚଳ ଢୁଙ୍କାପଡାରେ ବେଆଇନ ଖଣି ସମୁହ ସରକାରୀ ଅଧିକାରୀ ମାନଙ୍କର ଅନୈତିକ ସହଯୋଗରେ ଚାଲୁଛି  । ଯାହା ଫଳରେ ଖଣି ମାଫିଆମାନେ ବେଆଇନ ଭାବେ ବ୍ଲାଷ୍ଟିଂ ଓ କଟିଂ କରି କୋଟି କୋଟି ଟଙ୍କାର ପଥର ଲୁଟ୍ କରିବା ସହ ବିରଳ ଜୀବଜନ୍ତୁ ତଥା ଗଞ୍ଜାମର ଗର୍ବ କୃଷ୍ଣସାର ମୃଗ, ମୟୂରଙ୍କର ମୃତୁ୍ୟ ଘଟୁଛି  । ନିଜ ଅଞ୍ଚଳର ବିରଳ ଜୀବଜନ୍ତୁ, ପ୍ରାକୃତିକ ପରିବେଶ, ପ୍ରାଚୀନ କୀର୍ତ୍ତି ଓ ଜଳାଶ୍ରୟକୁ ଖଣି ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ ଆରତୀ ଦେବୀ ମୁଖ୍ୟମନ୍ତ୍ରୀଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ବହୁ ପ୍ରାଚୀନ ସପ୍ତେଶ୍ୱର ମନ୍ଦିରର ଚାରିପଟେ ଥିବା ଏହି ଖଣି ଖନନକୁ ନେଇ ପ୍ରଶ୍ନ କରିଛନ୍ତି ଏହା ସହ ଜଳାଶୟ ନଷ୍ଟ ହେଉଛି କିନ୍ତୁ ଖଣି ମାଫିଆମାନେ ମଞ୍ଜୁରୀ କେମିତି ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ଢୁଙ୍କାପଡା ପଞ୍ଚାୟତବାସୀ ବୋଲି ସେ ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏଥିପାଇଁ ଦୃଷ୍ଟି ଦେଇ ନାହାନ୍ତି ବରଂ ପ୍ରଶାସନ ପ୍ରକୃତ ତଦନ୍ତ କରିବା ପରିବର୍ତ୍ତେ ମାଫିଆମାନଙ୍କୁ ପ୍ରୋସôାହନ ଦେଇଛନ୍ତି । ପ୍ରକୃତ ତଦନ୍ତ ନକରି ଜିଲ୍ଲାପାଳ ମିଛ ରିପୋର୍ଟ ଦେଇଥିବା ଆରତୀ ତାଙ୍କ ଅଭିଯୋଗ କରିଛନ୍ତି  । ମାଫିଆ ମାନଙ୍କ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେଣୁ ଲୋକଙ୍କ ସମସ୍ୟା ସରକାର ଶୁଣିବେ ବୋଲି ଆଶା ନେଇ ଆଜି ସେ ଆସିଥିବା ବେଳେ ଆଗାମୀ ୭ ଦିନରେ ସରକାର ଯଦି ନଶୁଣନ୍ତି ତେବେ ରାଜଭବନ ସାମ୍ନାରେ ଆମରଣ ଅନଶନରେ ବସିବା ଚେତାବନୀ ଦେଇଛନ୍ତି ।