ମାଲ୍ୟବନ୍ତ ମହୋତ୍ସବ ନେଇ ପଥ ଉତ୍ସବ
ମାଲକାନଗିରି: ମାଲ୍ୟବନ୍ତ ମହୋସôବ ନେଇ ମାଲକାନଗିରି ସହରର ବାଲିମେଳା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାରେ ପଥ ଉସôବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ବିଏସଏଫ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର, ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଳୟାନନ୍ଦ ଶତପଥି, ନବରଙ୍ଗପୁର ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଓ ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ଉପସ୍ଥିତ ଥିଲେ । ସହରକୁ ଉସôବ ମୁଖର କରିବା ସହ ନିଜ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦେ୍ଦଶ୍ୟରେ ପଥ ଉସôବ ଆୟୋଜନ କରାଯାଉଛି । ଏହି ଅବସରରେ ମାଲ୍ୟବନ୍ତ ରଥର ଶୁଭାରମ୍ଭ କରାଯାଇଥିଲା । ଆଜିର ପଥ ଉସôବରେ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ତା ସହିତ ମୁ୍ୟଜିକ ବ୍ୟାଣ୍ଡ, ଝୋଟି, ଧନୁତୀର ଚାଳନା, ମାର୍ଶାଲ ଆର୍ଟ, ସ୍କେଟିଂ, ଚିତ୍ରାଙ୍କନ, ଫାନ୍ସି ଡ୍ରେସ୍ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସେହିପରି ମାଲକାନଗିରି ମୁଖ୍ୟାଳୟ ସୀମା ସୁରକ୍ଷା ବଳ ପକ୍ଷରୁ ଡ଼ଗ୍ ସୋ ଆୟୋଜନ କରାଯାଇଥିଲା ।