ରକ୍ତ ଦେଇ ଛାତ୍ରୀଙ୍କ ଜୀବନ ବଂଚାଇଲେ ଶିକ୍ଷକ
ମାଲକାନଗିରି - ଜଣେ ଶିକ୍ଷକ ଗୋଟିଏ ଛାତ୍ରୀଙ୍କ ଜୀବନ ବଂଚାଇବା ପାଇଁ ନିଜ ରକ୍ତ ଦେଇ ଦେଇଛନ୍ତି ମାନବିକତାର ପରିଚୟ । କିଛି ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ । ସୂଚନା ଅନୁଯାୟୀ ମାଥିଲି ବ୍ଲକ ତିମସ୍ ପୁଟ ଆଶ୍ରମ ବିଦ୍ୟାଳୟର ମମତା ମାଣ୍ଡି(୧୨) ନାମକ ପଂଚମ ଶ୍ରେଣୀର ଛାତ୍ରୀ ଅଧୟନରତ ଥିବା ବେଳେ ସିକିଲିନ ରୋଗରେ ପିଡିତ ଥିଲେ । ତେବେ ହଟାତ ମମତାଙ୍କୁ ରକ୍ତ ଅଭାବ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିବା ବେଳେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗୁଳୁ କିର୍ଶ ।ନି ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥଲେ । ଡାକ୍ତର ରକ୍ତ ଦରକାର କହିବାରୁ ପ୍ରଧାନ ଶିକ୍ଷକ ରକ୍ତ ଭଣ୍ଡାର ଜାଇ ବୁଝିବାରୁ ସେଠାର "ବି" ପଜେଟିଭ୍ ରକ୍ତ ନଥିଲା । ଗୋଟିଏ ପଟେ ମମତାଙ୍କ ଅବସ୍ତା ବିଗୁଡୁଥିବା ବେଳେ ବହୁ ପ୍ରଚେଷ୍ଟା ପରେ ମଧ୍ୟ ରକ୍ତ ମିଳି ନଥିଲା । ତେବେ ଏହି ଖବର ମାଥିଲି ବ୍ଲକର ମେକା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବାରିକ ଜାଣିବାକୁ ପାଇଥିଲେ । ତାଙ୍କ ରକ୍ତ ଗ୍ରୁପ "ବି" ପଜେଟିଭ୍ ଥିବାରୁ ତୁରନ୍ତ ମମତାର ଜୀବନ ବଂଚାଇବା ପାଇଁ ଶ୍ରୀ ବାରିକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ପହଂଚି ରକ୍ତ ଦେଇଥିଲେ । ଯାହା ଫଳରେ ମମତାଙ୍କୁ ରକ୍ତ ମିଳିଥିବା ବେଳେ ସେ ବର୍ତମାନ ସୁସ୍ଥ ଥିବା ଜଣା ପଡିଛି । ତେବେ ରକ୍ତ ଭଣ୍ଡାରରେ ଶ୍ରୀ ବାରିକ ରକ୍ତ ଦେଉଥିବା ବେଳେ ମାଥିଲି ବ୍ଲକ ମଙ୍ଗଲ ଅଧିକାରୀ ଶିବ ଶଙ୍କର ସାହୁ, ଜିଲ୍ଲା ବସ ସଂଘର ସଦସ୍ୟ ଛବି ଦାସ, ଓ ନିରଞ୍ଜନ ସ୍ୱାଇଁ ପ୍ରମୁଖ ସେଠାରେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶ୍ରୀ ବାରିକଙ୍କ ଏପରି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ଏବଂ ମମତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ।