ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା : ବନ୍ଧା ହେଲେ ଡାକ୍ତର

 ମାଲକାନଗିରି : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ପରେ ଅନ୍ୟତ୍ର ବିବାହ କରିବା ଅଭିଯୋଗରେ ବନ୍ଧା ହେଲେ ଆୟୁସ୍ ଡାକ୍ତର । ମାଲକାନଗିରି ଜିଲ୍ଲା ମୋଟୁ ଠାରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଅମିତ କୁମାର ସାହୁ (୩୧) ସେଠାରେ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହର ପ୍ରତିଶୃତି ଦେଇ ଯୁବତୀ ସହିତ ଶାରୀରିକ ସଂପର୍କ ଦୀର୍ଘ ବର୍ଷ ଧରି ରଖି ଆସିଥିଲେ । ପରେ ନିଜ ଗାଁ ନିକଟକୁ ବଦଳି ହୋଇଯାଇ ସେଠାରେ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇ ପୀଡିତା ଯୁବତୀ ଡାକ୍ତରଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ।  ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ଟିମ ସମ୍ବଲପୁର ଯାଇ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ ।