ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକ
ନବରଙ୍ଗପୁର: ସ୍ଥାନୀୟ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିସôାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରମେଶ ସାହୁ, ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସିଡିଏମଓ ସନ୍ତୋଷ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦେ୍ଦଶ୍ୟ ସଂପର୍କରେ ସୁଚନା ଦେଇଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ସହ ସଭାପତି ଶୁଭଂକର ମହାପାତ୍ର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନାକୁ ପରିଚାଳନା କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ ପ୍ରହରାଜ ପୂର୍ବ ସମୀକ୍ଷା ବୈଠକର ବିବରଣୀ, ପଦକ୍ଷେପ ଓ ବର୍ତ୍ତମାନ ନିଆଯାଇଥିବା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହରେ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । ଗୃହରେ ସୁଚନା ଅନୁସାରେ ଜିଲ୍ଲାରେ ଅନୁମୋଦିତ ୩୯୫ ଜଣ ଡାକ୍ତରଙ୍କ ସ୍ଥାନରେ ବର୍ତ୍ତମାନ ୧୫୧ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଅନୁମୋଦିତ ୬୪୬ ନର୍ସିଂ ଅଫିସରଙ୍କ ସ୍ଥାନରେ ୩୦୪ ଜଣ କାର୍ଯ୍ୟରତ ଅଛନ୍ତି । ସେଭଳି ୯ଟି ବ୍ଲକ୍ରେ ପିପିଟି ମୋଡରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜିଭିଏସ, ରିଡ୍, କାରମ୍, ପିପୁଲ୍ସ ଫୋରମ୍ ଦ୍ୱାରା ମା ଗୃହ ପରିଚାଳନା ହେଉଛି ।