ଚଞ୍ଚକତା କରି ଭାଉଜ ଜମିକୁ ବିକିଦେଲା ନଣନ୍ଦ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅନ୍ତର୍ଗତ ତିର୍ତ୍ତୋଲ ଥାନା ଅଧୀନ ଏରଡ଼ଙ୍ଗା ପଞ୍ଚାୟତ ବ୍ରାହ୍ମଣବାଡ଼ି ଗ୍ରାମର ୬୦ ବର୍ଷର ବିଧବା ମହିଳା ମିନତୀ ବେହେରାଙ୍କ ଜମିକୁ ଚଞ୍ଚକତା କରି ତାଙ୍କ ନଣଦ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନାୟାଳୟରେ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ ସେହି ଗ୍ରାମର ସ୍ୱର୍ଗତ ନିରଞ୍ଜନ ବେହେରାଙ୍କ ସ୍ତ୍ରୀ ମିନତୀ ବେହେରା (୬୦) ଏବଂ ତାଙ୍କ ବିଭାହିତ ଝିଅ ଦେବଯାନୀ ବେହେରା (୩୦) ଏହି ଘଟଣା ସମ୍ପର୍କରେ ସବକଲେକ୍ଟରଙ୍କ ନିକଟରେ ରଘୁନାଥପୁର ଅତିରିକ୍ତ ତହସିଲଦାର ଓ ମଞ୍ଜୁଲତା ବେହେରାଙ୍କ ନାମରେ ଅଭିଯୋଗ କରିଥିଲେ । ତାଙ୍କ ଜମିକୁ ମଞ୍ଜୁଲତା ବେହେରା ଅତିରିକ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ହାତବାରିସୀ କରି ମିଥ୍ୟା ପ୍ରମାଣ ପତ୍ର ବାହାର କରି ଖାତା ନମ୍ବର ୧୧୬ ର ପ୍ଲଟ ନମ୍ବର ୭୯୧, ୧୫ ଡ଼ିସିମିଲକୁ ଅନ୍ୟ ଲୋକଙ୍କୁ ବିକ୍ରୟ କରିଦେଇଛନ୍ତି । ଏହି ଜମିର ବିବାଦକୁ ନେଇ ମିନତୀ ବେହେରା ଓ ତାଙ୍କ ଝିଅ ଅଭିଯୋଗ କରିଥିଲେ । ସବ୍କଲେକ୍ଟର ସେହି ଜମି ଉପରେ ମାର୍ଚ୍ଚ ୫, ୨୦୨୫ ରେ ଅପିଲ ନମ୍ବର ୧୧/୨୫ ମାମଲା ରୁଜୁ କରିଥିଲେ । ନଣଦ ମଞ୍ଜୁଲତା ତାଙ୍କ ଭାଇଙ୍କ ଦେହାନ୍ତ ପରେ ତାଙ୍କ ଭାଉଜ ମିନତୀ ଅନ୍ୟତ୍ର ବିବାହ ହୋଇଥିବା ନେଇ ମିଥ୍ୟା ତଥ୍ୟ ଦର୍ଶାଇ କୃଷନ ବେହେରାଙ୍କ ଏକମାତ୍ର ଝିଅ ଦର୍ଶାଇ ପ୍ରମାଣ ପତ୍ର ବାହାର କରି ଜମିକୁ ନିଜ ନାମରେ କରି ବିକ୍ରି କରିଛନ୍ତି । ଯେତେବେଳେକି ସ୍ୱର୍ଗତ ନିରଞ୍ଜନ ବେହେରାଙ୍କ ସ୍ତ୍ରୀ ମିନତୀ ବେହେରା ବିଧବା ଭତ୍ତା ଆସୁଛି । ଯଦି ମିନତୀ ବେହେରା ବିଧବା ଭତ୍ତା ପାଉଛନ୍ତି ସେ ଅନ୍ୟତ୍ର ବିଭାହ ହେଲେ କେମିତି ଓ ରାଜସ୍ୱ ନିରୀକ୍ଷକ ତଦନ୍ତ ରିପୋର୍ଟ ଦେଲେ କେମିତି ବୋଲି ପ୍ରଶ୍ନ ଉଠୁଛି । ଅପରପକ୍ଷରେ ମିନତୀ ବେହେରାଙ୍କ ଦୁଇଟି ଆଧାର, ଦୁଇଟି ଭୋଟର ପରିଚୟ ପତ୍ର, ଦୁଇଟି ରାସନ କାର୍ଡ, କେମିତି ହେଲା ଓ କିଏ କରିଲେ ତାହା ତଦନ୍ତ ସାପେକ୍ଷ । ଏହି ମାମଲା ଜଗତସିଂହପୁର ଉପ ଜିଲ୍ଲାପାଳଙ୍କ ନିକଟରେ ମାମଲା ଚାଲିଥିବାବେଳେ, ତଦନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ମିନତୀ ୨୧/୯ ରୁ ୨୩/୧୦/୨୦୨୪ ରେ ଭତ୍ତା ପାଇଥିଲେ । ତାହା ପରଠାରୁ ଅଦ୍ୟାବଧି ଭତ୍ତା ବନ୍ଦ ରହିଥିବା କହିଛନ୍ତି । ଉପଜିଲ୍ଲାପାଳ ଏହି ଘଟଣାର ତ୍ୱରିତ ସମାଧାନ କରିବା ନିମନ୍ତେ ମିନତୀ ଓ ଦେବଯାନୀ ନିବେଦନ କରିଛନ୍ତି ।