ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବରୀ : ବରୀ ଶିକ୍ଷାମଣ୍ଡଳ ଅଧିନ ଯଜେ୍ଞଶ୍ୱର ଉଚ୍ଚ ପ୍ରାଥମିକ ଓ ବୋଦୁଅ ପାଳସାହି ପ୍ରାଥମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିସôା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ୧୧ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚକ୍ଷୁ ପରୀକ୍ଷା କରିଥିଲେ । ୧୫ ଜଣଙ୍କୁ ଚଷମା ପ୍ରଦାନ କରାଯିବ ବୋଲି ଚକ୍ଷୁ ଚିକିସôା ବିଶେଷଜ୍ଞ ରମଣୀ ରଞ୍ଜନ କର ଓ ଚନ୍ଦ୍ରକାନ୍ତ ସୂଚନା ଦେଇଥିଲେ । ଏହି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପଣ୍ଡା, ବୋଦୁଅ ପାଳସାହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଜେନା, ଶିକ୍ଷୟିତ୍ରୀ ସ୍ନିଗ ।ା ରାଣୀ ଓଝା, ସର୍ବେଶ୍ୱର ସେଠୀ, ମୋହନ ପରମାଣିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।