ଇଡି ଚାର୍ଜସିଟ୍ ବିରୋଧରେ ବିକ୍ଷୋଭ
ଢେଙ୍କାନାଳ : କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତ ସରକାର ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ମାମଲାରେ କୌଣସି ସତ୍ୟତା ନାହିଁ, କିନ୍ତୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଅସମ୍ମାନିତ କରିବା ଉଦେ୍ଦଶ୍ୟରେ ଆକ୍ରୋଶମୂଳକ ମନୋଭାବ ରଖି ଏଭଳି ଚାର୍ଜସିଟ୍ ଦାଖଲ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ଯାହାକୁ ବିରୋଧ କରି ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ମୋଦି ସରକାର ବିରୁଦ୍ଧରେ ଏବଂ ଇଡି ବିରୁଦ୍ଧରେ ବିକ୍ଷୋଭ କରାଯାଇ ଏସବୁ ଆକ୍ରୋଶମୂଳକ ରାଜନୀତି ଏବଂ କାର୍ଯ୍ୟକ୍ରମରୁ ନିବୃତ୍ତ ରହିବା ନିମନ୍ତେ ଚେତାବନୀ ଦିଆଯାଇଥିଲା । ନେତାମାନେ ମୋଦି ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏଥିରେ ବରିଷ୍ଠ ନେତା ରବି ନାରାୟଣ ମହାନ୍ତି, ଡା. ତୁଷାରକାନ୍ତି ନାୟକ, ବିଧାନସଭା ପ୍ରାର୍ଥୀ ବୀପ୍ରବର ସାହୁ, ବେଣୁଧର ସାହୁ, ସମସୀଦା ତାଏବ, ସୁଶାନ୍ତ କୁମାର ଧଳ, ଅକ୍ଷୟ କୁମାର ରଥ, ଅଖିଳ ମହାପାତ୍ର, ବିନୟ କୁମାର ସାହୁ, ଶିଳ୍ପିଶ୍ରୀ ହରିଚନ୍ଦନ, ଉର୍ମିଳା ଦାସ, ସ୍ମିତାରାଣୀ ସାମଲ, ସରୋଜ ଶତପଥୀ, ଜିତେନ୍ଦ୍ର କୁମାର ସାହୁ, ମାନସ ତ୍ରିପାଠୀ, ମହମ୍ମଦ ଏର୍ସାଦ୍, ଗୋବର୍ଦ୍ଧନ ସିଂ, ସର୍ବେଶ୍ୱର ବ୍ରହ୍ମ, ରୁମେନା ବେଗମ୍ ପ୍ରମୁଖ ଯୋଗ ମୋଦି ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଶେଷରେ ବେଣୁଧର ସାହୁ ଧନ୍ୟବାଦ ଦେଇଥିଲେ ।