କୁଡୁମୀ ସମାଜ କାର୍ଯ୍ୟକର୍ତ୍ତା ସମ୍ମିଳନୀ

 କାଳିଆପାଣି:  ଯାଜପୁର ଜିଲ୍ଲାର ମହାନ୍ତ (କୁଡୁମି) ସମାଜର କାର୍ଯ୍ୟକର୍ତ୍ତା ବୈଠକ ପିମ୍ପୁଡିଆରେ ଅନୁଷ୍ଠିତ ହୋଇଯାଇଛି । ଦୋଳଗୋବିନ୍ଦ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଗୌରାଙ୍ଗ ଚରଣ ମହାନ୍ତ, କପିଳେନ୍ଦ୍ର ମହାନ୍ତ, ପଙ୍କଜିନୀ ମହାନ୍ତ, ଇଂ. ବିଶ୍ୱଜିତ ମହାନ୍ତ, ନାରାୟଣ ମହାନ୍ତ ଓ ପବିତ୍ର ମୋହନ ମହାନ୍ତ ଯୋଗ ଦେଇଥିଲେ । କୁଡୁମି(ମହାନ୍ତ)ସମାଜର ନିଜସ୍ୱ ଭାଷା, ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବା ସମସ୍ତଙ୍କର ମତ ଆସିଥିଲା । ଶିକ୍ଷା ଅର୍ଥନିତୀରେ ଉନ୍ନତ ଆଣିବା ପାଇଁ ସମସ୍ତଙ୍କର ଭୂମିକା କିପରି ରହିବ ସେଥିପ୍ରତି ଗଭୀର ଭାବେ ଚିନ୍ତାବ୍ୟକ୍ତ କରାଯାଇଥିଲା । ଭାରତ ସ୍ୱାଧିନତା ପାଇଁ କୁଡ଼ୁମି ସମାଜର ଅତୁଳନୀୟ ଭୂମିକା ରହିଥିବା ଓ ଭାରତର ମୂଳ ଅଧିବାସୀ ହୋଇ ସୁଦ୍ଧା ସେମାନେ ତାଙ୍କର ସମ୍ବିଧାନୀକ ମୌଳିକ ଅଧିକାରରୁ ୭୬ ବର୍ଷରୁ ଭର୍ଦ୍ଧ ହେବ ବଂଚିତ ହୋଇ ଆସୁଥିବା ଉଦବେଗ ପ୍ରକାଶ ପାଇଥିଲା । ଏଥିପାଇଁ ସମାଜକୁ ସଂଗଠିତ କରି ଜିଲାରୁ ପଲ୍ଲୀ ପର୍ଯ୍ୟନ୍ତ କମିଟି ଗଠନ କରିବା ସହ ନିଜର ନାର୍ଯ୍ୟ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଦାବି ଉଠିଥିଲା । ସର୍ବଭାରତ ସ୍ତରରେ ଥିବା ଆଦିବାସୀ କୁଡ଼ୁମି ସମାଜର ନେତୃତ୍ୱରେ ଯାଜପୁର ଜିଲୟାର ନିର୍ଭୟାନନ୍ଦ ସାଂସ୍କୃତିକ ସଂଘର କର୍ମକର୍ତା ଦାୟୀତ୍ୱ ନିର୍ବାହ ପାଇଁ ଏକ ପ୍ରସ୍ଥାବ ଗୃହିତ ହୋଇଥିଲା । ଏଥିରେ ଜିଲା ସଭାପତି ଦୋଳ ଗୋବିନ୍ଦ ମହାନ୍ତ, ଯୁବ ସଭାପତି ବିଶ୍ୱଜିତ ମହାନ୍ତ,ଯୁବ ସଂପାଦକ ଲଲାଟେନ୍ଦୁ ମହାନ୍ତଙ୍କୁ ସର୍ବସମ୍ମତି କ୍ରମେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ବୈଠକରେ ଯାଜପୁର ଜିଲାର ସମସ୍ତ ମହାନ୍ତ ପଂଚାୟତରୁ ୫୦୦ରୁ ଉର୍ଦ୍ଦ ପୁରୁଷ ଓ ମହିଳା କର୍ମକର୍ତା ଉପସ୍ଥିତ ରହିଥିଲେ ।  ଜୟକୃଷ୍ଣ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ଦୁର୍ଯେ୍ୟାଧନ ମହାନ୍ତ, ପୁପୁନ ମହାନ୍ତ, ଚିନ୍ତାମଣୀ ମହାନ୍ତ, ସାବିତ୍ରୀ ମହାନ୍ତ, କମଳା ମହାନ୍ତ ପ୍ରଭୃତି ସହଯୋଗ କରିଥିଲେ । ସରୋଜ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।