ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦାନଗଦୀ : ଯାଜପୁର ରୋଡ଼ ଥାନା ମାନପୁର ବ୍ରିଜ ନିଟକ ବ୍ରାହ୍ମଣସାହିର ଭଡା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବକ ଜଣକ ଝାରଖଣ୍ଡ ରାଜ୍ୟ ହୁସୁନାବାଦ ଥାନା ଘୁରୁଆ ଗାଁର ରବୀନ୍ଦ୍ର ଠାକୁରଙ୍କ ପୁଅ ସେହେବାଗ (୨୫) ହୋଇଥିବା ବେଳେ ସେ କଳିଙ୍ଗନଗର ସ୍ଥିତ ଟାଟା କାରଖାନାରେ ମା’ଅନେଶ୍ୱା କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ କାମ କରୁଥିଲେ । ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି ।