ବରିଷ୍ଠ ନାଗରିକ ସଂଘର ବାର୍ଷିକ ଅଧିବେଶନ
କଟକ : ସ୍ଥାନୀୟ ସିଆରଆରଆଇ ସ୍ଥିତ ବରିଷ୍ଠ ନାଗରିକ ସଂଘର ବାର୍ଷିକ ଅଧିବେଶନ ୟବୁଢ଼ି ଜାଗୁଳାଇ ମନ୍ଦିର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜୟ ମହାରଣା, ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କର ଶପଥପାଠ କରାଇଥିଲେ । ସଂଘର ସଭାପତି ଦୁର୍ଯେ୍ୟାଧନ ମହାରଣା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ବାର୍ଷିକ ଅଧିବେଶନରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ସିଏମସି ୫୫ନମ୍ବର ୱାର୍ଡ଼ର କର୍ପୋରେଟର ବିଶ୍ୱ ବନ୍ଦିତା ପଣ୍ଡା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକ ମହାସଂଘର ସଂପାଦକ ବିଷ୍ଣୁ ମୋହନ ଦାସ ସାମନ୍ତ, ଅନ୍ୟତମ ଅତିଥି ଭାବେ ସିଆରଆରଆଇ ଥାନାର ଭାରାପ୍ରାପ୍ତ ଅଧିକାରୀ ବିଜୟ ବାରିକ ଯୋଗ ଦେଇଥିଲେ । ଅଲେଖ ଚନ୍ଦ୍ର ହୋତା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଆଗାମୀ ୩ ବର୍ଷ ଲାଗି ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ସଭାପତି ଭାବେ ବାବୁଲିଧର ନାୟକ, ଉପସଭାପତି ଭାବେ କେଦାରନାଥ ପଣ୍ଡା, ସାଧାରଣ ସଂପାଦକ ଶ୍ରୀଧର ପଣ୍ଡା, ସହକାରୀ ସଂପାଦକ ହରିହର ମହାରଣା, ସଂଗଠନ ସଂପାଦକ ଅପର୍ତ୍ତି ସାହୁ, କୋଷାଧ୍ୟକ୍ଷ ଭାବେ ନିତ୍ୟାନନ୍ଦ ମହାନ୍ତି, ଅଡ଼ିଟର ଭାବେ ସରୋଜ ଚୌଧୁରୀ ପ୍ରମୁଖ ନିର୍ବାଚିତ ହୋଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସଂଘର ଉପଦେଷ୍ଟା ଭାବେ ବିଜୟ ମହାରଣା, ଭାଗିରଥି ସାହୁ ଓ ରାଜେନ୍ଦ୍ର ଚୌଧୁରୀଙ୍କୁ ନିର୍ବାଚିତ କରାଯାଇଛି । ଏଥିସହିତ ୧୧ଜଣଙ୍କୁ ଏଜୁକେଟିଭ କମିଟିର ସଭ୍ୟ ଭାବେ ଗ୍ରହଣ କରାଯାଇଛି । ହରିଶ୍ଚନ୍ଦ୍ର ଶତପଥି ଧନ୍ୟବାଦ ଦେଇଥିଲେ ।