ପର୍ଯ୍ୟଟନ ଋତୁର ଆକର୍ଷଣ, ଏବେଠୁ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କଳରବ
ାା ପ୍ରଭାନୁ୍ୟଜ୍ ।ା ଚିଲିକା: ଶୀତ ଆରମ୍ଭ ପୂର୍ବରୁ ନିଲାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି । ଏବେଠାରୁ ଚିଲିକା ଆକାଶରେ ଶୁଭୁଛି ଏହି ଅତିଥି ପକ୍ଷୀଙ୍କ କଳରବା ଚିଲିକା ତାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ବେଳେ ବିଦେଶାଗତ ପକ୍ଷୀ ମାନଙ୍କ ସମାଗମ ତାର ସୌନ୍ଦର୍ଯ୍ୟରେ ଦ୍ୱିଗୁଣିତ କରିଥାଏ । ସୁଦୂର ଅଷ୍ଟ୍ରେଲିଆ, ନିଉଜଲାଣ୍ଡ, କାନାଡ଼ା, ମାଙ୍ଗଲିଆ, କାଜାକିସ୍ଥାନ, ଚୀନ, ଇରାନଆଦି ବରଫାବୃତ ଅଞ୍ଚଳରୁ ହଜାର ହଜାର କିଲୋମିଟର ଉଡି ଆସି ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଚିଲିକାରେ ପ୍ରବେଶ କରନ୍ତି ବିଦେଶୀ ପକ୍ଷୀ ଏହିକ୍ରମରେ ଚଳିତ ବର୍ଷ ମଧ୍ୟ ପକ୍ଷୀଙ୍କ ଆଗମନ ହେଉଥିବା ଦୃଷ୍ଟିଗୋଚର ହୋଇଛି । ବିଶେଷକରି ଅକ୍ଟୋବର ମାସ ଠାରୁ ଫେବ୍ରୁଆରି ପର୍ଯ୍ୟନ୍ତ ବିଦେଶୀ ପକ୍ଷୀମାନେ ଚିଲିକାକୁ ନିଜ ବାସସ୍ଥାନ ରୂପେ ବାଛି ନିଅନ୍ତି ଜ୍ଝ ଚିଲିକାରେ ପ୍ରଚୁର ପରିମାଣର ଗୁଳ୍ମଜାତୀୟ ଖାଦ୍ୟକୁ ଏହି ପକ୍ଷୀମାନେ ଖାଇବା ପାଇଁ ଭଲ ପାଆନ୍ତିଜ୍ଝ ଚିଲିକା ନଳବଣରେ ଛୋଟ ଛୋଟ ମାଛ, ଶରୀରୂପ ଆଦି ପ୍ରଚୁର ମାତ୍ରାରେ ଥିବା ବେଳେ ଏଠାରେ ବିଦେଶୀ ପକ୍ଷୀ ରହିବାକୁ ଭଲ ପାଆନ୍ତି । ପକ୍ଷୀଙ୍କ ଆଗମନରେ ଚିଲିକା ଟାଙ୍ଗୀ, ସାତପଡ଼ା ଓ ରମ୍ଭାକୁ ନେଇ ୫ଟି ରେଞ୍ଜ ଗଠିତ ହୋଇଥିଲା ବେଳେ ଏଥିରେ ୨୧ଟିମ ପକ୍ଷୀ ମାନଙ୍କ ସୁରକ୍ଷା ଲାଗି ନିୟୋଜିତ ହୋଇଛନ୍ତି ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୧ଟି ଟିମ୍, ବାଲୁଗାଁ ରେଞ୍ଜରେ ୪ଟି, ସାତପଡ଼ା ରେଞ୍ଜରେ ୨ଟି ଟିମ । ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭିନ୍ନ ସମ୍ଭାର ଆଣି ଦେଉଥିବାବେଳେ ପକ୍ଷୀଙ୍କ ପାଇଁ ଶିକାରୀଙ୍କ ଆଡୁ ବିପଦ ରହିଥାଏ । ତେବେ ଚିଲିକାର ଅନ୍ୟତମ ଆକର୍ଷଣ କୁହାଯାଉଥିବା ଏହି ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଭଳି ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ବାଲୁଗାଁ, ଚିଲିକା,୩ଟି ପକ୍ଷୀ ସୁରକ୍ଷା ଶିବିର ଥିବା ବେଳେ ପ୍ରତ୍ୟେକ ଶିବିରରେ ଦୁଇ ତିନି ଜଣ ପକ୍ଷୀ ସୁରକ୍ଷା କର୍ମଚାରୀ ନିୟୋଜିତ ଥିବା ଡିଏଫ୍ଓ ଅମ୍ଳାନ ନାୟକ କହିଛନ୍ତି । ଚିଲିକା ତଟବର୍ଷି ଗ୍ରାମ ଗୁଡିକରେ ପକ୍ଷୀ ସୁରକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି । ସଭା ମାଧ୍ୟମରେ ସଚେତନତା ବାର୍ଷା ବିଭାଗୀୟ ପକ୍ଷରୁ ଦିଆଯାଇଛି ।