ଇଲେକ୍ଟ୍ରି ଖୁଣ୍ଟକୁ ପିଟିଲା ବାଇକ୍, ଯୁବକ ମୃତ 

 ନିଆଳି: ଗୋବିନ୍ଦପୁର ଥାନା ଅଧିନସ୍ତ ବ୍ରାହ୍ମଣ ସାଇଲୋ ପଞ୍ଚାୟତ ଉରୁଜଙ୍ଗ ଗ୍ରାମର ମଦନା  ଭୋଇଙ୍କ ପୁଅ ଚିନ୍ମୟୀ ଦାଶ (ଗୁଡୁଲା) । ଗତକାଲି ରାତି ୯.୩୦ ମିନିଟ ସମୟରେ ଗୋବିନ୍ଦପୁର ବଜାରରେ ଥିବା ଏକ ଇଲେକ୍ଟି୍ର ଖୁଣ୍ଟରେ ପିଟି ହୋଇ ମୃତୁ୍ୟ ବରଣ କରିଥିବା ସ୍ଥାନୀୟ ଲୋକେ ଓ ଗୋବିନ୍ଦପୁର ପୋଲିସ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ କଣ୍ଟାପଡା ତହସିଲ କାର୍ଯ୍ୟାଳୟ ଆଗରେ ଶବ ରଖି କ୍ଷତି ପୂରଣ ପାଇଁ ଅଡି ବସିଥିଲେ ଗ୍ରାମବାସୀ  । ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ରେଡକ୍ରସରୁ କଣ୍ଟାପଡା ତହସିଲଦାର ପ୍ରସନ କୁମାର ସାମନ୍ତରାୟ ୫ ହଜାର ଟଙ୍କା ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି  ।