ସମ୍ଭାବନା ସାହିତ୍ୟ ସଂସଦର କବିତା ଆସର
ଭଦ୍ରକ : ସଂସଦର ସମ୍ପାଦକ ଋତୁରାଜଙ୍କ ମାନସ ସନ୍ତାନ ସମ୍ଭାବନା ସାହିତ୍ୟ ସଂସଦର ପଥପ୍ରାନ୍ତ କବିତା ଆସର ଚା କପରେ କବିତା ଅଟଳବିହାରୀ ନାୟକଙ୍କ ସଭାପତିତ୍ୱ ମୁଖ୍ୟ ଡାକଘର ଛକ ନିକଟରେ ଋତୁରାଜ ଟି ଷ୍ଟଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଆସରଟିକୁ ଆଡ଼ଭୋକେଟ ଅତିଶ ବେହରା ସଂଚଳନା ବେଳେ ବହୁ କବି ଓ କବୟିତ୍ରୀ ଯଥା ପ୍ରୀତିଲତା ପଣ୍ଡା, ସରୋଜିନୀ ନାୟକ, ଶ୍ରଦ୍ଧାଞ୍ଜଳୀମିଶ୍ର, କ୍ୟାପଟେନ ଓଁଙ୍କାର, ବିଜୟ ବହଳି,ବସନ୍ତ ପାତ୍ର, ରଖଲଚନ୍ଦ୍ର ସ୍ୱାଇଁ,ରମେଶ ଦାସ, ତପନ ମିଶ୍ର, କୈଳାଶ ଦାସ, ସେମାନଙ୍କ ସ୍ୱରଟିତ କବିତା ପଠା କରିଥିବାବେଳେ ଡ଼ ସୂଦର୍ଶନ ବାରିକ ପଥପ୍ରାନ୍ତ ସାହିତ୍ୟ ଏକ ସୁଦୂର ପ୍ରସାରି ପ୍ରୟାସ ଓଡ଼ିଆ ଭାଷା ସାହିତ୍ୟକୁ ଉଜୀବିତ ରଖିବାପାଇଁ କହିଥିଲେ । ଇଂରାଜୀ ପ୍ରଧାପକ କିଶୋର ପାଣିଗ୍ରାହୀ ପଥପ୍ରାନ୍ତ ସାହିତ୍ୟ ଏକ ନୂତନ ପ୍ରୟାସ ନୂତନ ପିଢିର କବି କବୟିତ୍ରୀ ମାନଙ୍କୁ ସୁଯୋଗ ଦେବାରେ ମାଧ୍ୟମ ବୋଲି ମତ ରଖିଥିଲେ । ଶେଷରେ କବି ବିଜୟ ଜେନା ଧନ୍ୟବାଦ ଅର୍ପଣ କରି କରିଥିଲେ ।