ଏଡ୍ସ ସଚେତନ କାର୍ଯ୍ୟକ୍ରମ
ବଲାଙ୍ଗିର: ସ୍ଥାନୀୟ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତାମଖନା ଠାରେ ଯୁବ ରେଡକ୍ରସ ତଥା ରେଡ ରିବନ କ୍ଲବ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ତଥା ଏଚ୍ଆଇଭି/ଏଡ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ରେଡକ୍ରସର ପୃଷ୍ଠପୋଷକ ଆଜୀବନ ସଦସ୍ୟ ବିଷ୍ଣୁ ପ୍ରସାଦ କେଡିଆ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ରେଡକ୍ରସ ବିଷୟରେ କହିବା ସହିତ ସମସ୍ତ ସ୍ୱେଚ୍ଛାସେବୀମମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲା ଏଡ୍ସ ସେଲର ମୁଖ୍ୟ ରାଜେନ୍ଦ୍ର ମହାରଣା ଯୋଗ ଦେଇ ଏଚ୍ଆଇଭି/ଏଡ୍ସ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ. ଦୈତାରି ପୂଜାରିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଗିରିଜା ଶଙ୍କର ମିଶ୍ର ତଥା ପଦ୍ମାଳୟା ତ୍ରିପାଠୀ ମଂଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ବକ୍ତୃତା, କୁଇଜ, ଚିତ୍ରାଙ୍କନ, ନୃତ୍ୟ, ଭାଷଣ ଆଦି ପ୍ରତିଯୋଗିତା କରି କୃତି ପ୍ରତିଯୋଗିମାନଙ୍କୁ ପରସ୍କାର ବିତରଣ କରାଯାଇଥିଲା । ଓଡିଆ ଅଧ୍ୟାପିକା ଚାରୁଲତା ମିଶ୍ର, ରାଧାକାନ୍ତ ସାହୁ, ପ୍ରେମାନନ୍ଦ ବିଶି, ଦୁର୍ବାଦଳ ମିଶ୍ର, ଦୁଃଖିଶ୍ୟାମ ବାଗ ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଡ. ପବିତ୍ର କୁମାର ଦଣ୍ଡସେନାଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।