ବୁଢ଼ାବଳଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ

 ବଡ଼ସାହି:  ବଡ଼ସାହି ବ୍ଲକ ଅନ୍ତର୍ଗତ ସୋରିଷକୋଠା ଗ୍ରାମରେ ପ୍ରତିଷ୍ଠିତ ହୋଇଥିବା ବୁଢ଼ାବଳଙ୍ଗ ସରକାରୀ ହାଇସ୍କୁଲର ୫୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ବନିତା ଗିରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ବିଷ୍ଣୁ ଚରଣ ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅନୱାର ଖାନ, ବନପାଳ ବେତନଟୀ ରେଞ୍ଜ, ମୁଖ୍ୟବକ୍ତା ଭାବେ ଡଃ ରମାକାନ୍ତ ସିଂହଳ, ଅବସରପ୍ରାପ୍ତ ଅଧ୍ୟକ୍ଷ ବେତନଟୀ ମହାବିଦ୍ୟାଳୟ, ଅନ୍ୟତମ ଅତିଥି ଭାବେ ଡଃ ଅନ୍ତର୍ଯ୍ୟାମୀ ନାଏକ, ଓଡ଼ିଆ ଅଧ୍ୟାପକ ମାଣତ୍ରୀ ମହାବିଦ୍ୟାଳୟ, ସିଦେ୍ଧଶ୍ୱର ପୃଷ୍ଟି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସନ୍ତୋଷ କୁମାର ଖଣ୍ଡା  ଶାଳଗାଁ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ସଂଯୋଜକ, ଲକ୍ଷ୍ମଣ ରାଉତ ସମାଜସେବୀ, ସୋମନାଥ ରାଉତ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ଯୋଗ ଦେଇଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଚିନ୍ମୟ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶୁଭ୍ରଜ୍ୟୋତି  ସାହୁ, ମୋହିନି ମୋହନ ନାୟକ, ସୁଧାପାଣି ବେହେରା, ଶତୃଘ୍ନ ନନ୍ଦି, ନିୟତି କର, ମାହିଜୀବିନ ସୁଲତାନା, ଇନ୍ଦ୍ରଭୂଷଣ ଦିକ୍ଷୀତ ଓ ଅନ୍ୟମାନେ ସହଯୋଗ କରିଥିଲେ । ସିଆରସିସି ଜଗନ୍ନାଥ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ବିଜୟ କୁମାର ମହାଳିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।