ଖଣ୍ଡପଡ଼ା ପୁଲିସର ଚଢାଉ, ୩ ଗିରଫ : ଚୋରି ସୁନା, ମୋବାଇଲ, ବାଇକ ଜବତ
ଖଣ୍ଡପଡ଼ା : ଖଣ୍ଡପଡ଼ା ପୁଲିସ ପ୍ରଶାସନ ପକ୍ଷରୁ ୨ ଟି ଘଟଣାରେ ଚଢାଉ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା,୩ ଟି ମୋବାଇଲ ଫୋନ ଓ ୨ ଟି ବାଇକ ଜବତ କରାଯାଇଥିବା ଜଣାପଡିଛି । ଖଣ୍ଡପଡା ଥାନା ପରିସରରେ ଶନିବାର ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମଦନ ମୋହନ ପ୍ରଧାନ ଘଟଣା ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଘଟଣାକ୍ରମେ ଖଣ୍ଡପଡ଼ାସ୍ଥିତ ସୌମ୍ୟବିହାର ପରିସରରୁ ଗତ ୨୫ ତାରିଖ ରାତିରେ ୨ଟି ମୋବାଇଲ ଫୋନ ଓ ନଗଦ ୩ ହଜାର ଟଙ୍କା କେହି ଚୋରୀ କରି ନେଇଥିବା ସଂର୍ପକରେ ସେଠାରେ ରହୁଥିବା ଖଣ୍ଡପଡ଼ା ବଢେଇସାହିର ହରିଶଙ୍କର ମହାରଣା ୨୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା ।ଉକ୍ତ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଖଣ୍ଡପଡ଼ା ଥାନା ଅଧିନ ଗଉଡ ବୋଦସା ଗ୍ରାମର ଶୁସାନ୍ତ ବସ୍ତି(୨୭) ଓରଫ ଜିତୁକୁ ଗିରଫ କରିବା ସହ ତା ଠାରୁ ୨ଟି ମୋବାଇଲ ଫୋନ ଜବତ କରିବା ସହ ସେ ବ୍ୟବହାର କରୁଥିବା ଏକ ଚୋରା ବାଇକକୁ ପୋଲିସ ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଥିଲା ।