ଇସ୍କନ ମନ୍ଦିରରୁ ମୋବାଇଲ ଚୋରି ; ଦୁଇ ଗିରଫ

ଇସ୍କନ ମନ୍ଦିରରୁ ମୋବାଇଲ ଚୋରି ; ଦୁଇ ଗିରଫ
ଇସ୍କନ ମନ୍ଦିରରୁ ମୋବାଇଲ ଚୋରି ; ଦୁଇ ଗିରଫ

  • ଭୁବନେଶ୍ୱର, ୨୮ା୮ : ଜନ୍ମାଷ୍ଟମୀ ଦିନ ଇସ୍କନ ମନ୍ଦିରରେ ଭକ୍ତଙ୍କ ଭିଡର ସୁଯୋଗ ନେଇ ଦୁଇ ମହିଳାଙ୍କ ମୋବାଇଲ ଚୋରି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଦୁଇ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଦୁଇ ଲୁଟେରା ହେଲେ, ବଡ଼ଗଡ଼ ଥାନା ଅଧିନ କଳ୍ପନା ଛକ ଅଞ୍ଚଳର ପ୍ରୀୟଜିତ୍ ମିଶ୍ର ଓ ବିଜେବି ନଗରର ରୋହିତ ପ୍ରଧାନ । 
     ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ହରିରାମ ଗଉଡ ଗତ ୨୬ ତାରିଖ ଦିନ ଇସ୍କନ ମନ୍ଦିରକୁ ଜନ୍ମାଷ୍ଟମୀ ପାଳିବାକୁ ଯାଇଥିଲେ । ଏହି ସମୟରେ କେହି ଲୁଟେରା ତାଙ୍କ ପକେଟରୁ ମୋବାଇଲ ଚୋରି କରି ନେଇଯାଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଗତକାଲି ସନ୍ଧ୍ୟାରେ ଦୁଇ ଅଭିଯୁକ୍ତ ଇନ୍ଦ୍ରଧନୁ ମାର୍କେଟରେ ୨ଟି ଚୋରା ମୋବାଇଲ  କିଛି ଲୋକଙ୍କୁ ସସ୍ତାରେ ବିକ୍ରି କରୁଥିବା ପୁଲିସ ଖବର ପାଇ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨ଟି ମୋବାଇଲ ଜବତ କରିଛି ।