୨ ବେପାରୀ ଗିରଫ, କାର ଓ ୨୧ କେଜି ଗଞ୍ଜା ଜବତ

ଭୁବନେଶ୍ୱର, ୨୩ ।୧୧ : କନ୍ଧମାଳରୁ ଭାୟା ଭୁବନେଶ୍ୱର ଦେଇ କାରରେ ଉତ୍ତର ପ୍ରଦେଶ ଗଞ୍ଜେଇ ଚାଲାଣ କରୁଥିବା ୨ ଜଣ ଉତ୍ତର ପ୍ରଦେଶର ବେପାରୀଙ୍କୁ ଖଣ୍ଡଗିରିରୁ କାବୁ କଲା ଖଣ୍ଡଗିରି ଥାନା ପୁଲିସ । ଗାଡିକୁ ତଲାସି ବେଳେ, କାର ଭିତରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇଛି । ପରେ ପୁଲିସ ୨ ବେପାରୀଙ୍କୁ ଥାନାକୁ ନେବା ସହ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ୨ ବେପାରୀ ହେଲେ, ଉତ୍ତର ପ୍ରଦେଶର ସଦରେଇ ଆଲାମ ଓ ଇମତିଆଜ୍ ଅହମ୍ମଦ ।
ସୂଚନା ଯୋଗ୍ୟଯେ, ରାଜଧାନୀରୁ ଅପରାଧ ଓ ନିଶାମୁକ୍ତ କରିବା ନେଇ କମିଶନରେଟ୍ ପୁଲିସ ଆରମ୍ଭ କରିଛି ଧରପଗଡ଼ । ପୁଲିସ କମିଶନର ଓ ଡ଼ିସିପିଙ୍କ ନିଦେ୍ର୍ଦଶ କ୍ରମେ ବିଭିନ୍ନ ଥାନାର ପୁଲିସ ଦିନ ରାତି ଏକ କରି ପାଟ୍ରୋଲିଂ, ଚେକିଂ ବ୍ଲକିଂ ସହ ବିଭିନ୍ନ ଗଳିକନ୍ଦିରେ ଆରମ୍ଭ ହୋଇଛି ପାଟ୍ରୋଲିଂ ଏବଂ ବିଭିନ୍ନ ଖଟି ଉପରେ ମଧ୍ୟ ନଜର ରଖାଯାଉଛି । କିନ୍ତୁ ଅପରାଧୀ ମାନେ ପୁଲିସକୁ ଚକମା ଦେଇ ଅପରାଧ ଘଟାଇବା ସହ ନିଶା ବେପାରୀ ମାନେ ବିଭିନ୍ନ ଅଭିନବ ଢ଼ଙ୍ଗରେ ରାଜଧାନୀ ସମେତ ବିଭିନ୍ନ ରାଜ୍ୟକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରୁଛନ୍ତି । ସେହିପରି ଶନିବାର ଭୋର ସମୟରେ ଖଣ୍ଡଗିରି ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପାଟ୍ରୋଲିଂ ଚଳାଇଥିଲେ । ଏହି ସମୟରେ ଖଣ୍ଡଗିରି ଓଭୋର ବ୍ରିଜ୍ ତଳେ ଉତ୍ତର ପ୍ରଦେଶ ନମ୍ବର ରହିଥିବା ଏକ ଧଳା ରଙ୍ଗର କାର ଛିଡ଼ା ହୋଇଥିବା ବେଳେ ସେହି କାରରେ ୨ ଜଣ ଯୁବକ ବସିଥିଲେ । ପାଟ୍ରୋଲିଂ ଟିମ ସେମାନଙ୍କୁ ଦନେ୍ଦହ କରି ସେମାନଙ୍କ ନିକଟକୁ ଯିବା ବେଳେ କାର ଭିତରୁ ୨ ଯୁବକ ଦୌଡ଼ିବା ଆରମ୍ଭ କରିଥିଲେ । ଫଳରେ ପୁଲିସ ଟିମ ସେମାନଙ୍କ ଗୋଡାଇ ଧରିବା ସହ କାର ତଲାସି ବେଳେ କାର ଭିତରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇଥିଲା । ସେମାନଙ୍କୁ ଥାନାକୁ ନେଇ ପଚରାଉଚରା ବେଳେ ୨ ଅଭିଯୁକ୍ତ ହେଉଛନ୍ତି ଉତ୍ତର ପ୍ରଦେଶ ରାଜ୍ୟର । ଏମାନେ ଗତକାଲି ରାତିରେ କନ୍ଧମାଳ ଜିଲ୍ଲାରୁ କାରରେ ଚୋରା ଗଞ୍ଜେଇ ଲୋଡ କରି ସକାଳୁ ସକାଳୁ ଭାୟା ଭୁବନେଶ୍ୱର ଦେଇ ଉତ୍ତର ପ୍ରଦେଶ ଚାଲାଣ କରିଥାନ୍ତେ । ହେଲେ ଏମାନେ ଖଣ୍ଡଗିରି ଛକରେ କିଛି ସମୟ ରହି ଚା ପିଇକି ଯିବା ସମୟରେ ପୁଲିସ ସେମାନଙ୍କୁ ସନେ୍ଦହ କରି କାବୁ କରିଥିଲା ।
ଜନସାଧାରଣମାନେ ବେଆଇନ ନିଶା କାରବାର ସୂଚନା ପ୍ରଦାନ ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ୱାଟସଆପ୍ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।