ଡ. ଦେବେନ୍ଦ୍ର ପ୍ରଧାନଙ୍କୁ ବିଜେପିର ଶ୍ରଦ୍ଧାଞ୍ଜଳି
ତାଳଚେର : ତାଳଚେର ଗୁରୁଜାଙ୍ଗୁଲି ଗ୍ରାମପଂଚାୟତ ବଜାର ବିଜେପି କାର୍ଯ୍ୟାଳୟରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ତଥା ଓଡିଶା ବିଜେପିର ପ୍ରାଣପ୍ରତିଷ୍ଠା ଡ. ଦେବେନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ସଭାରେ ଗୁରୁଜାଙ୍ଗୁଲି ପଂଚାୟତ ବିଜେପି କାର୍ଯ୍ୟକର୍ତାମାନେ ଯୋଗଦେଇଥିଲେ । ଡାକ୍ତର ଚାକିରି ଛାଡି ରାଷ୍ଟ୍ରବାଦୀ ବିଚରାରରେ ଅଭିଭୂତ ହୋଇ ବିଜେପି ପାଇଁ ସେ ଯେଉଁ କାର୍ଯ୍ୟ କରିଛନ୍ତି ଏବଂ ଓଡିଶା ପାଇଁ ସେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ୧୬ଶହ କିମି ଜାତୀୟ ରାଜପଥ ନିର୍ମାଣ କରି ଦଳମତ ନିର୍ବିଶେଷରେ ସର୍ବଶେଷ ଆଦୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସନନ୍ତୋଷ ଦାସ, ପ୍ରଦିପ ସାମଲ, ଭୂବନ ବେହେରା, ତପନ ତ୍ରିପାଠୀ, ପିଙ୍କୁଲ ପଟ୍ଟନାୟକଳ ପିଲୁ ସାହୁ, ଅକ୍ଷିଳ ବେହେରା, ନିରଞ୍ଜନ ପରିଡା, ସମୀର ବିଶୋଇ, ସତ୍ୟଜିତ ମହାନ୍ତି, ସଞ୍ଜିବ ରଥ, ଶିବରାମ ଦେହୁରୀ ଫାଲଗୁନି ଦାସଙ୍କ ସହ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିଭଳି ବିଜେପି ଲିଗାଲସେଲ ପକ୍ଷରୁ ଅକ୍ଷିଳ ସାମଲ, ବିନୟ ନନ୍ଦ, ଦୟାସାଗର ମିଶ୍ର, ଉଚ୍ଛନ୍ନ ପଟ୍ଟନାୟକ ପ୍ରଭାତିନୀ ଆଚାର୍ଯ୍ୟଙ୍କ ସହ ବହୁ ଆଇନଜୀବୀ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।