ଉକ୍ରଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ

 ନବରଙ୍ଗପୁର: ଉକôଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ ହେବା ପରେ ନୂତନ କର୍ମକର୍ତ୍ତା ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ଶାଖା ସଭାପତି ଜଗନ୍ନାଥ ମହାପାତ୍ର ରାଜ୍ୟ ସଭାପତି ପ୍ରଫେସର ଡ. ଅଦିତ୍ୟ କୁମାର ପାତ୍ରଙ୍କ ପରାମର୍ଶ କ୍ରମେ ଏକ ପ୍ରେସ ବିବୃତି ଜାରି କରି ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଉପସଭାପତି ଅଶୋକ ପଟ୍ଟନାୟକ ଏବଂ ଡ. ବିଜୟ ମିଶ୍ର, ସମ୍ପାଦକ ଦୁର୍ଗା ପ୍ରସାଦ ପାଢି, ସଂଗଠନ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ସହସମ୍ପାଦିକା ଡ. ସଂଯୁକ୍ତା ପଣ୍ଡା, କୋଷାଧ୍ୟକ୍ଷ ସୂରେଶ ମିଶ୍ର, ଆବାହକ ବୁଲୁ ହୋତା ଏବଂ ଆଇନ ପରାମର୍ଶ ଦାତା ଆଇନଜୀବୀ କିଶୋର ପଟ୍ଟନାୟକ ରହିଛନ୍ତି । କାର୍ଯ୍ୟକାରୀ ସଦସ୍ୟ ରୂପେ ପ୍ରଦୀପ ହୋତା, ପ୍ରଦୀପ ନନ୍ଦ, ସାଇ ରମେଶ ରାଓ, ଶ୍ରୀଧର ଶତପଥି, ରତିକାନ୍ତ ଦୂବେ, ବିଜୟ ଚୌଧୁରୀ, ଗୁରୁଦାସୀ ମଣ୍ଡଳ, ମନୋଜ କିଶୋର ନାୟକ, ପି ରବିକାନ୍ତ ରଘୁରାମ, ଦିଲ୍ଲୀପ ହୋତା, ଅଖିଳ ଭଟ୍ଟ, ବିରେନ୍ଦ୍ର ମୋହନ ନାୟକ, ପର୍ଶୁରାମ ସାହୁ, କୁମୁଦ ଚନ୍ଦ୍ର ପଟ୍ଟନାୟକ ଓ ଗଣେଶ୍ୱର ଦାସ ରହିଛନ୍ତି  । ଏହା ବ୍ୟତୀତ ପରିଷଦ ସଦସ୍ୟ ରୂପେ ପୃଥିବୀରାଜ ପାଇକରାୟ, ପ୍ରଣତି ପଟ୍ଟନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମୋନଜ କୁମାର ପାଢି, ବଂଶୀଧର ଭୂୟାଁ, ରବିନ୍ଦ୍ର ନାୟକ, ସହଦେବ ପରିଡା, ଉର୍ମିଳା ମହାପାତ୍ର, ଜଗଦୀଶ ତ୍ରିପାଠୀ ଏବଂ ପି ଦାଶରଥି ପଟ୍ଟନାୟକ ରହିଛନ୍ତି । ନୂତନ କର୍ମକର୍ତ୍ତାମାନେ ବିଦ୍ଧି ବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଉକôଳ ସମ୍ମିଳନୀ ନବରଙ୍ଗପୁର ଶାଖାର ବାର୍ଷିକ ଉତ୍ସବ ପାଳନ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ସର୍ବସମ୍ମତି କ୍ରମେ ଅକ୍ଟୋବର ୧୨ ତାରିଖ ଦିନ ଏହି କାର୍ଯ୍ୟକ୍ରମ ପାଳନ କରିବା ପାଇଁ ନିଷ୍ପତି ହୋଇଥିଲା ।