ଉକ୍ରଳ ସମ୍ମିଳନୀ ବୈଠକ

 ଭୁବନେଶ୍ୱର : ଉକôଳ ସମ୍ମିଳନୀର କାର୍ଯ୍ୟନିର୍ବାହୀ ସମିତି ବୈଠକ ସମ୍ମିଳନୀର କେନ୍ଦ୍ରୀୟ କାର୍ଯ୍ୟାଳୟରେ  ସଭାପତି ଅନନ୍ତ ପ୍ରସାଦ ଜେନାଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଉକ୍ରଳ ସମ୍ମିଳନୀର ବରିଷ୍ଟ ସଦସ୍ୟ ମନ୍ମଥ ପାଢୀ ଓ ବିପିନି ବିହାରୀ ବାରିକଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ରଳ ସମ୍ମିଳନୀର ଉପଦେଷ୍ଟା ପଦ୍ମ ଚରଣ ନାୟକ ବୈଠକରେ ଯୋଗଦେଇ ବାର୍ଷିକ ବିବରଣୀ ପୁସ୍ତକକୁ  ଉନ୍ମୋଚନ କରିବା ସହିତ ଉକ୍ରଳ ସମ୍ମିଳନୀ ଘର ଭଡା ଛାଡ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ  । ଉକ୍ରଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ନବ ନିର୍ମିତ କକ୍ଷର ନାମ “ମଧୁ ସୂଦନ କକ୍ଷ” ନାମରେ ନାମିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । କୋରାପୁଟରୁ ବରିଷ୍ଠ ସଦସ୍ୟ ବିନୋଦ ମହାପାତ୍ର ଯୋଗଦେଇ କହିଥିଲେ, କୋଟିଆ ବାସିନ୍ଦାଙ୍କ ହାତରେ ଦୁଇ ଦୁଇଟି ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ କାର୍ଡ ଅଛି, ପ୍ରଥମେ ଆନ୍ଧ୍ରର ସମସ୍ତ କାର୍ଡକୁ ବନ୍ଦ କରିବାକୁ ପଡିବ । ରାଜସ୍ୱ ମନ୍ତ୍ରୀଙ୍କ ଅଧକ୍ଷତାରେ କୋଟିଆ ପାଇଂ ଗଠନ ହୋଇଥିବା କମିଟିରେ ଉକ୍ରଳ ସମ୍ମିଳନୀ ସଦସ୍ୟ ରହିବା ଆବଶ୍ୟକ ବୋଲି କହିଥିଲେ  । କଟକରୁ ଉକ୍ରଳ ସମ୍ମିଳନୀର ଉପ-ସଭାପତି ଡ. ରବି ରଞ୍ଜନ ସାହୁ ଯୋଗ ଦେଇ ଇଦଗା ପଡିଆ ପାଇଁ ଉଦବେଗ ପ୍ରକାଶ କରିଥିଲେ । ଉକ୍ରଳ ସମ୍ମିଳନୀର ସାଧାରଣ ଅଧିବେଶନ ଓ ନିର୍ବାଚନ ଗଞ୍ଜାମ ଜିଲ୍ଲାର  ରମ୍ଭା ଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା  ।