ହନୁମାନ ଜୟନ୍ତୀ ପାଳିତ
କପ୍ତିପଦା : କପ୍ତିପଦା ଗାନ୍ଧୀଛକ ଠାରେ ୧୮ତମ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତାଭାବେ ସମରଶେଖର ପତି, ତାପସ କୁମାର ବେହେରା, ଅନ୍ତର୍ଯ୍ୟାମୀ ହାତୀ ପ୍ରମୁଖ ଚନ୍ଦନ ପୋଖରୀରୁ ଘଟୋତ୍ତଳନ କରିଥିଲେ । ପୂଜକଭାବେ ସରୋଜ ପାଢୀ,ଅସିତ୍ ପଣ୍ଡା ପ୍ରମୁଖ ହନୁମାନଙ୍କୁ ମହାସ୍ନାନ,ଯଜ୍ଞ, ହୋମ, ଓ ପୂର୍ଣ୍ଣାହୂତି କାର୍ଯ୍ୟ ତୁଲାଇଥିଲେ । ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଏଥିରେ କମିଟିର ସଭାତି ନନ୍ଦକିଶୋର ଜେନା, ସଂପାଦକ ସୁଦର୍ଶନ ବେହେରା, ପ୍ରଭାସ ମାଝୀ, ଗଜେନ୍ଦ୍ର ନାଏକ, ପ୍ରଦୀପ ବେହେରା, ସନ୍ତୋଷ ନାୟକ, ପର୍ଶୁରାମ ବେହେରା, ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଗଡସାହିରେ ପ୍ରଥମ ବାର୍ଷିକ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ପୂଜକ ନରେନ୍ଦ୍ର ପାଢୀ,ରଜତ ମିଶ୍ର, ଶୁଭମ ନନା, ବାବି ନନା, ରାଜ ନନା ପ୍ରମୁଖ ପୂଜା କାର୍ଯ୍ୟ ତୁଲାଇଥିଲେ । କର୍ତ୍ତାଭାବେ ନିତ୍ୟାନନ୍ଦ ବେହେରା, ସବିତା ବେହେରା, କବିତା ରାୟ ଓ କିଶାନ ଦାସ ପ୍ରମୁଖ କାର୍ଯ୍ୟ କରିଥିଲେ । ସଦସ୍ୟ ଅମରେନ୍ଦ୍ର ପ୍ରତାପ ସାଏ, ସଂଜୟ ସ୍ୱାଇଁ, ପ୍ରଶାନ୍ତ ଦାସ,ରାଜେଶ ବେହେରା, ତାପସ ଭଂଜ, ସତ୍ୟଭାମା ବେହେରା, ଚାରୁଲତା ଦାସ ପ୍ରମୁଖ ପୂଜା କାର୍ଯ୍ୟରେ ସକ୍ରିୟ ସହଯୋଗ କରୁଥିଲେ ।